ପଂଚାୟତ ସଂପ୍ରସାରଣ ଅଧିକାରୀଙ୍କ ଘରେ ପୁଳା ପୁଳା ସଂପତି : ସମ୍ବଲପୁର ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍

ଲକ୍ଷ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ଠାବ

120

କନକ ବ୍ୟୁରୋ : ସମ୍ବଲପୁର ଭିଜିଲାନ୍ସ ପକ୍ଷର ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ । ଯୁଯୁମୁରା ବ୍ଲକ ନୂଆ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ନୂଆ ବରଙ୍ଗାମାଲ କାର୍ଯ୍ୟାଳୟରେ ଚଢାଉ ହେଉଛି ।

ଭିଜିଲାନ୍ସ ଚଢଉରେ ୫ଟି ଗାଡି, ୫ଟି ବିଭିନ୍ନ ବ୍ୟାଙ୍କ ଆକାଉଂଟ, ଲକ୍ଷାଧିକ ଟଙ୍କାର ପଲିସି, ବ୍ୟାଙ୍କ ଆକାଉଁଟରେ ୯ ଲକ୍ଷ ୯୬ ହଜାର, ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଅଧିକ ବୋଲି ଆକଳନ କରାଯାଇଛି । ଘର ତିଆରି ହୋଇଥିବା ଜାଗାର ମୂଲ୍ୟ ୫ଲକ୍ଷରୁ ଅଧିକ ବୋଲି ହିସାବ କରିଛି ଭିଜିଲାନ୍ସ ବିଭାଗ । ପିଇଓ ସୁଦାମ ଚରଣଙ୍କ ସମସ୍ତ ସଂପତିର ଆକଳନ ସରିନାହିଁ ।