ଅଧାରେ ରହିଗଲା ସମ୍ବଲପୁର ଫ୍ଲାଏ ଓଭରବ୍ରିଜ କାମ ! ଯାତାୟତ ସମସ୍ୟା କାରଣରୁ ଅସନ୍ତୁଷ୍ଟ ସହରବାସୀ

24

କନକ ବ୍ୟୁରୋ: ବମିଖାଲ ଫ୍ଲାଏ ଓଭର ବ୍ରିଜ ଭୁଶୁଡିବା ପରେ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି ସରକାର । ଏହାପରେ ରାଜ୍ୟର ଅନେକ ସ୍ଥାନରେ ସମ୍ପୃକ୍ତ ଠିକା ସଂସ୍ଥା ପଣ୍ଡା କନଷ୍ଟ୍ରକସନ୍ କରୁଥିବା ନିର୍ମାଣକାମ ଅଧାରେ ପଡିଛି । ଏହାରି ଭିତରେ ରହିଛି ସମ୍ବଲପୁର ସହରର ଫ୍ଲାଏ ଓଭର ବ୍ରିଜ୍ ।

ସୂଚନା ମୁତାବକ, ଭୁବନେଶ୍ୱରରେ ଦୁର୍ଘଟଣା ପରେ ରାଜ୍ୟ ସରକାର ପଣ୍ଡା କନଷ୍ଟ୍ରକସନ୍ କମ୍ପାନୀକୁ କଳା ତାଲିକାଭୁକ୍ତ ଘୋଷଣା କରିଛନ୍ତି । ଉକ୍ତ କମ୍ପାନୀ ସମ୍ବଲପୁରରେ ଫ୍ଲାଏଓଭର ନିର୍ମାଣ କରୁଥିବା ବେଳେ ଏବେ କାମ ବନ୍ଦ ହୋଇ ପଡିରହିଛି । ଫଳରେ ସହରରେ ଯାତାୟତ ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ରାସ୍ତା ଚଉଡା ନଥିବାରୁ ଅର୍ଦ୍ଧନିର୍ମିତ ଫ୍ଲାଏଓଭର ରାସ୍ତା ଦେଇ ଯା’ଆସ କରିବା ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ୬୨ କୋଟି ବ୍ୟୟ ଅଟକଳରେ ସମ୍ବଲପୁରରୁ ଆରଡିସି ଅଫିସ୍ ସାମ୍ନାରୁ ଚର୍ଚ୍ଚ ଛକ ଯାଏଁ ୧୮୮୦ ମିଟରର ଲମ୍ବ ଫ୍ଲାଏ ଓଭର ନିର୍ମାଣ ଚାଲିଛି । ସମସ୍ତ ପିଲାରର କାମ ସରିଥିବା ବେଳେ ଠିକା ସଂସ୍ଥା ୪୯ କୋଟି ଟଙ୍କା ବିଲ୍ କରି ସାରଛି । ୧୨ ଫେବୃଆରୀ ୨୦୧୬ରେ କମ୍ପାନୀ ହାତକୁ କାମ ନେଇଥିବା ବେଳେ ଏହା ୧୧ ମୋ ୨୦୧୨୭ ସୁଦ୍ଧା ଶେଷ କରିବା ପାଇଁ ଡେଡଲାଇନ ଥିଲା । କିନ୍ତୁ ବର୍ତ୍ତମାନ ଯାଏଁ କାମ ସରିନଥିବା ବେଳେ ଡିଜାଇନରେ ପରିବର୍ତ୍ତନ କରାଯାଇ ଲମ୍ବ ଓ ଉଚ୍ଚତା ବୃଦ୍ଧି ହେବାରୁ ଅଟକଳ ୮୧ କୋଟି ଟଙ୍କା ମଂଜୁର କରିବା ପାଇଁ ଅନୁରୋଧ କରାଯାଇଥିବା ଜଣାପଡିଛି ।