ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ

 ଲକଡାଉନ ପରଠାରୁ ବନ୍ଦ ହୋଇଯାଇଛି ଷ୍ଟପେଜ

66

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ । ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ଧାରଣା ଉପରେ ଶତାଧିକ ଲୋକେ ପ୍ରତିବାଦ କରିଛନ୍ତି । ଏହାସହ ୧୨ଘଂଟିଆ ବନ୍ଦ ପାଳନ କରୁଛନ୍ତି ।

ପୂର୍ବରୁ ଏଠାରେ ରେଳ ରହଣୀ ଥିବା ବେଳେ ଲକଡାଉନ ପରଠାରୁ ଟ୍ରେନ ରହୁନଥିବାରୁ ନାଗରିକ କ୍ରିୟାନୁଷ୍ଠାନ କମିଟି ଏହାର ବିରୋଧ କରିଛି । ଏହାପୂର୍ବରୁ ଡିଆରଏମଙ୍କୁ ଭେଟି ଲୋକେ ଦାବି ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇନଥିବାରୁ ପ୍ରତିବାଦକୁ ଓହ୍ଳାଇଛି ନାଗରିକ କ୍ର୍ରିୟାନୁଷ୍ଠାନ କମିଟି ।