ଚିକିତ୍ସା ଅବହେଳାକୁ ନେଇ ସମ୍ବଲୁପୁର ନର୍ସିଂ ହୋମରେ ତୁମୁଳକାଣ୍ଡ । ନର୍ସିଂ ହୋମ କର୍ମଚାରୀଙ୍କୁ ଆକ୍ରମଣ ସହ ମେଡିକାଲ ଭଙ୍ଗାରୁଜା , ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନର୍ସିଂ ହୋମ କର୍ମଚାରୀଙ୍କ ମାଡ ଅଭିଯୋଗ

108

କନକ ବ୍ୟୁରୋ : ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳାକୁ ନେଇ ସଂବଲପୁରରେ ଏକ ନର୍ସିଂ ହୋମ୍ ଭିତରେ ତୁମୁଳ କାଣ୍ଡ । ନର୍ସିଂ ହୋମ୍ ର କର୍ମଚାରୀଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣ ସହ ଭଂଗାରୁଜା । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧରି ମାଡ ମାରିଛନ୍ତି ନର୍ସିଂ ହୋମ୍ କର୍ମଚାରୀ । ପୁରା ଘଟଣା କଏଦ ହୋଇଛି ସିସିଟିଭିରେ ।

ଏନେଇ ଥାନାରେ ଏତଲା ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି । ପଡିଆ ବାହାଲ ଅଂଚଳର ଦେବୀଦତ ମାଝି ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ ଆସିଥିଲେ । ଚିକିତ୍ସାରେ ବିଳମ୍ୱ ହେବା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ତୁମୁଳକାଣ୍ଡ ଘଟାଇଥିଲେ ।