କନକ ବ୍ୟୁରୋ : ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳାକୁ ନେଇ ସଂବଲପୁରରେ ଏକ ନର୍ସିଂ ହୋମ୍ ଭିତରେ ତୁମୁଳ କାଣ୍ଡ । ନର୍ସିଂ ହୋମ୍ ର କର୍ମଚାରୀଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣ ସହ ଭଂଗାରୁଜା । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧରି ମାଡ ମାରିଛନ୍ତି ନର୍ସିଂ ହୋମ୍ କର୍ମଚାରୀ । ପୁରା ଘଟଣା କଏଦ ହୋଇଛି ସିସିଟିଭିରେ ।
ଏନେଇ ଥାନାରେ ଏତଲା ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି । ପଡିଆ ବାହାଲ ଅଂଚଳର ଦେବୀଦତ ମାଝି ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ ଆସିଥିଲେ । ଚିକିତ୍ସାରେ ବିଳମ୍ୱ ହେବା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ତୁମୁଳକାଣ୍ଡ ଘଟାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/25-12.jpg)