କନକ ବ୍ୟୁରୋ: ବିଜେପି ଛାଡିଲେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ସୋମବାର ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିବା ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଇସ୍ତଫା ପଛର କାରଣରେ, ସେ ଅସୁସ୍ତା କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରି ନୀତେଶ ଗଙ୍ଗଦେବ ଲେଖିଛନ୍ତି, “ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି । ଆପଣ ଆମର ବାମଣ୍ଡା ରାଜ ପରିବାରର ରାଣୀ ଓ ମୋର ଧର୍ମପତ୍ନୀ ଅରୁନ୍ଧତୀ କୁମାରୀ ଦେବୀଙଙ୍କୁ ସହଯୋଗ ଓ ଆଶୀର୍ବାଦ ଦେବ ବୋଲି ଆଶା ଏବଂ କାମନା କରୁଛି ।”
ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ବିଜେପି ସାଂସଦ ଥିଲେ ନୀତେଶ ଗଙ୍ଗଦେବ । ହେଲେ ଏଥର କିନ୍ତୁ ବିଜେପି ତାଙ୍କୁ ଟିକେଟ୍ ଦେଇନଥିଲା । ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେଇଥିଲେ । ଅନ୍ୟପଟେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ମଧ୍ୟ କିଛି ଦିନ ତଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେଇଥିଲେ । ଖାଲି ସେତିକି ନୁହେଁ, ନୀତେଶଙ୍କ ପତ୍ନୀଙ୍କୁ ବିଜେଡି ଦେବଗଡ ବିଧାନସଭା ଆସନରୁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଆଉ ଏହାର କିଛି ଦିନ ପରେ ନୀତେଶ ବିଜେପିରୁ ଇସ୍ତଫା ଦେବା ଚର୍ଚ୍ଚା ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/nitesh.jpg)