ନିଜ ଜାଲରେ ନିଜେ ଫସିଲେ! ଅନ୍ୟ ଜଣକୁ ହତ୍ୟା କରିବାକୁ ଯାଉଥିବା ବେଳେ ମୋବାଇଲ୍ ଫାଟି ଯୁବକ ଗୁରୁତର

20

କନକ ବ୍ୟୁରୋ : ସମ୍ବଲପୁର ସଦର ଥାନା ନିକଟରେ ପେଟ୍ରୋଲ ବୋମା ବିସ୍ଫୋରଣ । ବୋମାଟି ମୋବାଇଲ ସହ ସଂଯୋଗ କରି ଜଣେ ବ୍ୟକ୍ତିଙ୍କୁ ମାରିବା ପାଇଁ ଯାଉଥିବା ବେଳେ ବିସ୍ଫୋରଣ ହୋଇଛି । ବୋମା ପ୍ରସ୍ତୁତକାରୀ ଦିପକ ମିର୍ଦ୍ଧା ଗୁରୁତର ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଦିପକଙ୍କ ଘର ଧମା ଥାନା କାକେଡପାଲି ଗାଁରେ ।

ଜଣେ ବ୍ୟକ୍ତି ତାଙ୍କ ଠାରୁ ୮୦ ହଜାର ଟଙ୍କା ନେଇ ଫେରାଉ ନଥିବାରୁ ତାଙ୍କୁ ଆକ୍ରମଣ ପାଇଁ ସିନ୍ଦୁରପଂକ ଯାଉଥିଲେ ଦିପକ । ତେବେ ସେଠାରେ ପହଂଚିବା ପୂର୍ବରୁ ବୋମାଟି ବିସ୍ଫୋରଣ ହୋଇଯାଇଥିଲା । ଗୁରୁତର ଦିପକକୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।