ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଲେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । କହିଲେ, ଇସ୍ତଫା ଦେବା ଦଳ ପାଇଁ କ୍ଷତିକାରକ ।

4,189

କନକ ବ୍ୟୁରୋ: ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଲେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ । କନକ ନ୍ୟୁଜ୍କୁ ପ୍ରତିକ୍ରିୟା ରଖି ରୋହିତ କହିଛନ୍ତି, ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । ମାତ୍ର ଏହାର ପ୍ରଭାବ ଭୋଟ୍ ବ୍ୟାଙ୍କ୍ ଉପରେ ପଡିବନାହିଁ । ରୋହିତ କହିଛନ୍ତି, ରାସେଶ୍ୱରୀ ଦେବୀଙ୍କୁ ମାଆ ଭଳି ସମ୍ମାନ କରନ୍ତି । ଟିକେଟ୍ ମିଳିବା ପରେ, ତାଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଥିବା କହିଛନ୍ତି ରୋହିତ । ଏହାସହ ଦଳକୁ ଫେରିଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ।