ଶନିବାର ପଶ୍ଚିମ ଓଡିଶାର ଗଣପୂର୍ବ ନୂଆଁଖାଇ । ସମ୍ବଲପୁର ମାନେଶ୍ୱର ହାଟରେ ଲୋକଙ୍କ ଭିଡ ।

97

କନକ ବ୍ୟୁରୋ: ଆସନ୍ତା ଶନିବାର ନୂଆଁଖାଇ ପାଳିବ ପଶ୍ଚିମ ଓଡିଶା । ଏହା ପୂର୍ବରୁ ସାପ୍ତାହିକ ହାଟରେ ଲାଗିଲାଣି ଲୋକଙ୍କ ଗହଳି । ସମ୍ବଲପୁର ଉପକଣ୍ଠ ମାନେଶ୍ୱର ସାପ୍ତାହିକ ହାଟରେ ନୂଆଁଖାଇ ପାଇଁ ସାରୁ, ଖଇ, ନୂଆଁ ଧାନ, ରାକ୍ଷୀ ପରି ସାମଗ୍ରୀ ଉପଲବ୍ଧ ହେଉଛି । ପରିବାର ସହିତ ଲୋକେ ବଜାରକୁ ଆସି ଏସବୁ ସାମଗ୍ରୀ କିଣି ନେଉଛନ୍ତି । ନୂଆଁଖାଇ ପାଇଁ ହାତରେ ମାତ୍ର ଅଳ୍ପ ଦିନ ବାକିଥିବା ବେଳେ ବଜାରକୁ ସବୁ ପ୍ରକାର ସାମଗ୍ରୀ ଆସି ସାରିଛି । ପରିବାର ସଦସ୍ୟ ପାଇଁ ନୂଆ ଲୁଗା ଠାରୁ ଆରମ୍ଭ ନୂଆଁ ସାମଗ୍ରୀ କିଣିବା ପାଇଁ ସପ୍ତାହିକ ହାଟରେ ଲୋକେ ବ୍ୟସ୍ତ ଅଛନ୍ତି । ଗାଁରେ ସପ୍ତାହକୁ ଥରେ ଥରେ ହାଟ ବସୁଥିବାରୁ ମାନେଶ୍ୱରର ସପ୍ତାହିକ ହାଟରେ ଲାଗିଛି ନୂଆଁଖାଇ ଭିଡ । ଆଉ କିଣା ବିକାରେ ବ୍ୟସ୍ତ ଗ୍ରାହକଠୁ ନେଇ ବ୍ୟବସାୟୀ ।