ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ । ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ

ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ । ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ

କନକ ବ୍ୟୁରୋ: ଆଗେ ଆଗେ ବାଇକରେ ଚୋର, ପଛେ ପଛେ କାରରେ ଗୋଡାଉଛି ପୁଲିସ । କୌଣସି ଫିଲ୍ମର ଦୃଶ୍ୟ ଭଳି ଲାଗୁଥିଲେ ବି ଏହି ଘଟଣାଟି ସତ । ଏହି ଚିତ୍ର ଆସିଛି ସମ୍ବଲପୁର ରେଙ୍ଗାଲୀ ଅଂଚଳରୁ । ସୂଚନା ଅନୁସାରେ ଜଣେ ଚାଷୀ ଗତ ୧୫ ତାରିଖରେ ରୋଙ୍ଗାଲୀ କୋପରେଟିଭ ବ୍ୟାଙ୍କରୁ ନିଜ ଧାନ ବିକ୍ରି ଟଙ୍କା ବାହାର କରି ଗାଡି ଡିକିରେ ରଖିଥିଲେ । ପାହାରପାଲି ଗାଁର ଚାଷୀ ପ୍ରମୋଦ ପଟେଲ ଗାଡି ଡିକିରେ ଟଙ୍କା ରଖିଥିବା ବେଳେ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଧରି ଫେରାର ମାରିଥିଲା ଚୋର ।

ଖବର ପାଇ ପୁଲିସ ବାଇକରେ ଦ୍ରୁତ ବେଗରେ ପଳାଉଥିବା ଚୋରକୁ ପିଛା କରିଥିଲା । ରେଙ୍ଗାଲୀ ଥାନା ଅଧିକାରୀ ଧବଳେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ ଚୋରକୁ କାବୁ କରିବାରେ ସଫଳ ହୋଇଥିଲେ । ଏପରିକି ଲୁଟ ହୋଇଥିବା ୨ ଳକ୍ଷ ଟଙ୍କା ଚାଷୀ ପ୍ରମୋଦ ପଟେଲଙ୍କୁ ଫେରାଇବା ପରେ ପୁଲିସର ଏହି ତତ୍ପରତା ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe