କନକ ବ୍ୟୁରୋ: କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ପରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯାଇଛି । ସପ୍ତାହନ୍ତ ସଟଡାଉନ୍ ହଟି ଯାଇଥିବା କରୋନା କଟକଣା ଭିତରେ ଦୋକାନ, ବଜାର ଖୋଲିଛି । ସପ୍ତାହିକ ହାଟି ବି ଖୋଲିଛି । ହେଲେ ଏହି ଅନଲକ୍ ପ୍ରକ୍ରିୟାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଛି ଏକ ଭିନ୍ନ ଖବର । ଅନେକ ଦିନ ପରେ ସାପ୍ତାହିକ ହାଟ ଖୋଲିଲା । ବେପାରି ଆସିଲେ ହେଲେ ସଂକ୍ରମଣ ଭୟରେ ଆସିଲେନି ଗ୍ରାହକ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁଖ୍ୟାଳୟରେ ବସେ ସାପ୍ତାହିକ ହାଟ । ସକାଳୁ ସଂଧ୍ୟା ଯାଏଁ ବସୁଥିବା ଏହି ହାଟରେ ସବୁ ପ୍ରକାର ଜିନିଷ ମିଳୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ । କରୋନା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ହାଟ ଶୁକ୍ରବାର ଦିନ ବସିଥିଲା । ରୋଜଗାର ଆଶାରେ ବିଭିନ୍ନ ସାମଗ୍ରୀ ଓ ପନିପରିବା ଆଣି ଚାଷୀ ଓ ବେପାରୀ ଆସିଥିଲେ, କିନ୍ତୁ ସଂକ୍ରମଣ ଭୟରେ କୁଚିଣ୍ଡା ସାପ୍ତାହିକ ହାଟକୁ ଆସିନଥିଲେ ଗ୍ରାହକ । କାଁ ଭାଁ କିଛି ଗ୍ରାହକ ଆସିଲେ, ଅଳ୍ପ କିଛି କିଣା କିଣି କଲେ । ଭୂତାଣୁ ସଂକ୍ରମଣ ଭୟରେ ଲୋକେ ପୂର୍ବ ଭଳି ହାଟକୁ ଆସିଲେ ନାହିଁ । ଫଳରେ ଅନେକ ଆଶା ନେଇ ସାପ୍ତାହିକ ହାଟକୁ ଆସିଥିବା ଚାଷୀ ନିଜ ଜିନିଷକୁ ବିକ୍ରି କରି ନପାରି ଘରକୁ ଫେରାଇ ନେଇଛନ୍ତିା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/35.jpg)