ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ :ସମ୍ବଲପୁରରେ ବିଜୁଳି ସଂଯୋଗ ଦାବିରେ ତାତିଲେ ସ୍ଥାନୀୟ ଲୋକେ । ଏନେଇ ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ରାସ୍ତାରୋକ କରିବା ସହ ୱେସ୍କୋର ଜେଇଇଙ୍କୁ ଅଟକ ରଖିଥିଲେ । କେବଳ ସେତକି ନୁହେଁ ଜେଇଇଙ୍କୁ ଠେଲାପେଲା କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ । ଜେଇଇଙ୍କ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୁଲିସ ପହଂଚିଥିଲା । ତେବେ ଉତ୍ୟକ୍ତ ଲୋକେ ପୁଲିସ ଉପରକୁ ବି ମାଡିଯାଇଥିଲେ । ଘୂର୍ଣ୍ଣିଝଡ ଯୋଗୁଁ ସହରରେ ବିଦ୍ୟୁତ୍ ସରବରାହ କିଛିଦିନ ହେବ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରତିବାଦରେ ଲୋକେ ରାସ୍ତା ରୋକ କରିବା ସହ ଆନ୍ଦୋଳନ ଚଳାଇଥିଲେ ।
ବିଦ୍ୟୁତ୍ ସଂଯୋଗ ଦାବିରେ ଜେଇଇଙ୍କୁ ଅଟକ : ସମ୍ବଲପୁରରେ ତାତିଲେ ଲୋକେ
/kanak/media/post_attachments/wp-content/uploads/2016/05/Screen-shot-2016-05-23-at-10.52.18-AM.png)