ପ୍ରବଳ ତାତିରେ ଛଟପଟ ହେଉଛି ପଶ୍ଚିମ ଓଡ଼ିଶା: ଦିନ ସାଢ଼େ ୨ଟା ସୁଦ୍ଧା ୪୫.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

75

କନକ ବ୍ୟୁରୋ: ତାତି କରୁଛି କଲବଲ । ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ସାଙ୍ଗକୁ ଉପକୂଳରେ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତପ୍ତ ହୋଇଛି । ସମ୍ବଲପୁରରେ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରୁଗୁସୁଡ଼ାରେ ୪୪ ଦଶମିକ ୬ ଡିଗ୍ରୀ ପାରଦ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୪ ଦଶମିକ ୫ ଡିଗ୍ରୀ ଏବଂ ରାଉରକେଲାରେ ୩୯ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଉପକୂଳରେ ତାପମାତ୍ରା କମିଥିଲେ ଆର୍ଦ୍ରତା ଅଧିକ ରହିଛି । ଯେଉଁଥି ପାଇଁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ।