କନକ ବ୍ୟୁରୋ : ବିଜେଡି ଫୋକସରେ ସମ୍ବଲପୁର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ସମ୍ବଲପୁର ଉପରେ ଗୁରୁତ୍ୱ ଦେଇଛି ବିଜେଡ଼ି । ପ୍ରଣବ ସମ୍ବଲପୁର ଗସ୍ତରୁ ଫେରିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ସମ୍ବଲପୁରର ଜିଲ୍ଲାର ବିଧାୟକ ଏବଂ ନେତାଙ୍କୁ ନେଇ ବୈଠକ କରୁଛନ୍ତି ପ୍ରଣବ ।

Advertisment

ସମ୍ବଲପୁରର ସମସ୍ତ ନିର୍ବାଚନ ମଣ୍ଡଳୀରେ କିଭଳି ସଙ୍ଗଠନ ମଜଭୁତ ହେବ ଏବଂ ଆଗାମୀ ନିର୍ବାଚନରେ ବିଜେଡି କିପରି ବିଜୟୀ ହେବ ସେନେଇ ଆଲୋଚନା ଚାଲିଛି । ଉପକୂଳ, ଉତର ଓ ଦଣିକ୍ଷ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାରେ ବିଜେଡି ସ୍ଥତି ଅପେକ୍ଷାକୃତ ଦୁର୍ବଳ ରହିଛି । ତେଣୁ ସେଠାରେ ସଙ୍ଗଠନକୁ କିପରି ମଜଭୁତ ହେବ ସେନେଇ ଦଳୀୟ ନେତାଙ୍କୁ ଗରୁମନ୍ତ୍ର ଦେଇଛନ୍ତି ପ୍ରଣବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଜେଡିରେ ଗୋଷ୍ଠୀ ବିବାଦ ରହିଛି ।

ପ୍ରଣବଙ୍କ ସମ୍ବଲପୁର ଗସ୍ତ ସମୟରେ ବିଜେଡିର ଦୁଇ ଗୋଷ୍ଠ ଅଲଗା ଅଲଗା ସ୍ୱାଗତ କରିଥିଲେ । ରୋହିତ ପୂଜାରୀ ଏବଂ ସୁଶାନ୍ତ ସିଂ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ୱାଗତ କରିବା ଯୋଗୁ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିଥିଲା । ତେଣୁ ଆଜି ସମ୍ବଲପୁରର ସମସ୍ତ ବିଜେଡି ନେତାଙ୍କୁ ନେଇ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।