ସମ୍ବଲପୁରରେ ଚାଲିଛି ବେଆଇନ ମାଛ ମରା : ମହାନଦୀରେ ଫୁଟୁଛି ବୋମା, ମାଛ ମାରିବା ପାଇଁ ନିଜେ ବିସ୍ଫୋରକ ତିଆରି କରି ଫୁଟାଉଛନ୍ତି ଦୁର୍ବୃତ

ମହାନଦୀର ଜୈବ ବିବିଧତା ପ୍ରତି ବଡ ବିପଦ ଆଶଙ୍କା

177

କନକ ବ୍ୟୁରୋ : ମହାନଦୀରେ ବେଆଇନ ମାଛ ଧରା ପାଇଁ ଚାଲିଛି ବ୍ଲାଷ୍ଟିଂ । ସମ୍ବଲପୁରର ପ୍ରସିଦ୍ଧ ବକ୍ର ହୁମା ମନ୍ଦିର ନିକଟରେ ଚାଲିଛି ଏହି ବେଆଇନ ବ୍ଲାଷ୍ଟିଂ । କାଚ ବୋତଲରେ କିଛି ୟୁରିଆ ଓ ବଜାରରେ ମିଳୁଥିବା ବାରୁଦ ଭର୍ତି କରାଯାଉଛି । ଏହାପରେ ବୋତଲ ଆଗରେ ଷ୍ଟିଲ ପିନ୍ ଲଗାଯାଇ ତାକୁ ନିଆଁରେ ତତାଇ ଦିଆଯାଇଛି । ଏହାକୁ ନଦୀକୁ ଫିଙ୍ଗିବା ପରେ ହେଉଛି ବିସ୍ଫୋରଣ ।

ଫଳରେ ନଦୀରେ ଥିବା ଶହଶହ ମାଛ ମରିପଡୁଛନ୍ତି । ଏହି ମାଛକୁ ସଂଗ୍ରହ କରିବା ପାଇଁ ଡଙ୍ଗାରେ ବାହାରି ଯାଉଛନ୍ତି । ଏହିଭଳି ବେଆଇନ ମଛେଧରା ଚାଲିଥିବା ବେଳେ ଜଳସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ କିମ୍ବା ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ନଦୀର ଜୈବ ବିବଧତା ପ୍ରତି ଏଭଳି ବିସ୍ଫୋରଣ ବଡ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।