କନକ ବ୍ୟୁରୋ: ସମ୍ବଲପୁର ମହାନଗର ନିଗମ ଓ ମହାନଦୀର ଅପରପାଶ୍ୱର୍ରେ ରହିଛି ଐତିହାସିକ ଅସୁରଗଡ । କିଏ କହେ ଏଠି ଚାଲୁଥିଲା ଅସୁରଙ୍କ ରାଜ ତ କିଏ କହେ ଏଠାରେ ରହିଛି ରାଜାଙ୍କ ଛାଉଣୀ । ତେବେ ଏହି କଥା ଓ କିମ୍ବଦନ୍ତୀ ଏଭିତରେ ପଡିରହିଛି ଭଗ୍ନାବଶେଷ ।
ସମ୍ବଲପୁର ୧ ନମ୍ବର ଓାର୍ଡରେ ରହିଛି ଐତିହାସିକ ସ୍ଥାନ ଅସୁରଗଡ । ଏହି ୭ ଫୁଟ ଲମ୍ବ ଓ ୪ ଫୁଟ୍ ଉଚ୍ଚ ଏକ ପାଚେରୀକୁ ଅନେକ ସମୟରେ ଅନେକ ମତ ପ୍ରକାଶ ପାଏ । ପାହାଡ ଉପରେ ନିର୍ମାଣ ହୋଇଥିବା ଏହି ପାଚେରୀକୁ କିଏ, କେବେ ନିର୍ମାଣ କରିଛି ତା’ର କୌଣସି ଠୋସ ପ୍ରମାଣ ନାହିଁ । ତଥାପି ଐତିହାସିକ କୁହନ୍ତି ୧୫୫୬ରେ ସମ୍ବଲପୁରର ପ୍ରଥମ ରାଜା ବରଗଡ ଦେଇ ସମ୍ବଲପୁର ଆସୁଥିଲେ, ଚାଉଁରପୁରରେ ରହିବା ପାଇଁ ଏହି ଶିବିରକୁ ତିଆରି କରିଥିଲେ । ତ ପୁଣି କିଏ କହେ ଅସୁରମାନେ ଗୋଟିଏ ରାତିରେ ଏହାକୁ ନିର୍ମାଣ କରିଥିଲେ । ଏସବୁ ଭିତରେ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଏଠାରୁ ପଥର ଚୋରି କରି ନେଲେ ଅଘଟଣ ଘଟେ ।
ତେବେ ବର୍ତମାନ ଅସୁରଗଡର ଏହି ପାଚେରୀ ମଧ୍ୟ ନଷ୍ଟ ହେବାକୁ ବସିଛି । ପାଚେରୀକୁ ଲାଗି ଏକ ପାହାଡିଆ ସ୍ଥାନ ମଧ୍ୟରେ ଏକ ଗୁମ୍ପା ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଏହା ଅବକ୍ଷୟ ମୁଖୀ । ତେବେ ଅସୁରଗଡ ସ୍ଥାପନାକୁ ନେଇ ବାଦବିବାଦ ଲାଗି ରହିଥିଲେ ବି ଏହି ଐତିହାସିକ ସ୍ଥାନ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/6-28.jpg)