ଖୋଲିଲା ହୀରାକୁଦ ଗେଟ୍: ପର୍ଯ୍ୟାୟକ୍ରମେ ଖୋଲିବ ୬ଟି ଗେଟ୍ ।

208

କନକ ବ୍ୟୁରୋ: ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ଗେଟ୍ । ସତର୍କ ଘଣ୍ଟି ବାଜିବା ସହ ଖୋଲିଲା ଗେଟ୍ । ବର୍ତ୍ତମାନ ୩ ଓ ୭ ନମ୍ବର ଗେଟ ଖୋଲିଛି । ପର୍ଯ୍ୟାୟକ୍ରମେ ହୀରାକୁଦର ୬ଟି ଗେଟ୍ ଖୋଲିବ ।

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ଏବେ ଉପରମୁଣ୍ଡରେ ବର୍ଷା ଜାରି ରହିଛି । ତେଣୁ ହୀରାକୁଦର ଜଳ ସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଆଜି ଗେଟ୍ ଖୋଲାଯାଇଛି ।