ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ଚିତ୍ର : କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ 

Advertisment
ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ଚିତ୍ର : କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ 

କନକ ବ୍ୟୁରୋ : କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ସିସିଟିଭିରେ କଏଦ ହେଲା ଗଣ୍ଡଗୋଳର ଦୃଶ୍ୟ । ଗତକାଲି ସଂଧ୍ୟାରେ ସମ୍ବଲପୁର କ୍ଷେତରାଜପୁର ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ।

ସିସିଟିଭ ଫୁଟେଜରେ ଦେଖିବାକୁ ମିଳିଛି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଏକ ଲୁହା ରଡରେ ଗୋଡାଇ ଗୋଡାଇ ମାରୁଛନ୍ତି । ଏହି ଘଟଣାଟି ଜଣେ ନାବାଳିକାଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ଯୋଗୁଁ ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe