କନକ ବ୍ୟୁରୋ : କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ସିସିଟିଭିରେ କଏଦ ହେଲା ଗଣ୍ଡଗୋଳର ଦୃଶ୍ୟ । ଗତକାଲି ସଂଧ୍ୟାରେ ସମ୍ବଲପୁର କ୍ଷେତରାଜପୁର ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ।
ସିସିଟିଭ ଫୁଟେଜରେ ଦେଖିବାକୁ ମିଳିଛି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଏକ ଲୁହା ରଡରେ ଗୋଡାଇ ଗୋଡାଇ ମାରୁଛନ୍ତି । ଏହି ଘଟଣାଟି ଜଣେ ନାବାଳିକାଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ଯୋଗୁଁ ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/19-14.jpg)