କନକ ବ୍ୟୁରୋ : କାବୁଲରେ ବାହା ଦେଇଥିଲେ ଝିଅ, ଏବେ ପତା ପାଇପାରୁନାହାନ୍ତି ସମ୍ବଲପୁରରେ ରହୁଥିବା ମା ଓ ପରିବାର ବର୍ଗ । ଆଫଗାନିସ୍ତାନରେ ତାଲିବାନୀ ଦଖଲ ପରେ ଝିଅ, ଜ୍ୱାଇଁ ସହ ଯୋଗାଯୋଗ ହୋଇପାରୁନାହିଁ, ଯାହାକୁ ନେଇ ଚିନ୍ତାରେ ପରିବାର । ସମ୍ବଲପୁର ମୋତିଜିରା ଅଞ୍ଚଳର ଜୁହୁରା ବେଗମଙ୍କ ଝିଅ ସକିଲା ବାନୁ ଆଫଗାନୀ ଯୁବକଙ୍କୁ ବିବାହ କରିବା ପରେ କାବୁଲରେ ଝିଅ, ଜ୍ୱାଇଁ, ନାତି, ନାତୁଣୀ ରହୁଛନ୍ତି । ହେଲେ ଦୁଇମାସ ହେଲା ଝିଅ ସହ ସମ୍ପର୍କ ହୋଇପାରୁ ନାହିଁ ।
ଆଫଗାନିସ୍ତାନରେ ଫସିରହିଛନ୍ତି ଓଡ଼ିଆ ଝିଅ, କିଛି ଯୋଗାଯୋଗ ହୋଇପାରୁନି । ଝିଅ କେମିତି ଅଛି, କ’ଣ କରୁଛି, ଏହି ଚିନ୍ତାରେ ମା’ ଆଖିରୁ ନିଦ ହଜିଗଲାଣି । ସମ୍ବଲପୁର ମୋତିଜିରା ଅଞ୍ଚଳର ଜୁହୁରା ବେଗମଙ୍କ ଝିଅ ସକିଲା ବାନୁ କାବୁଲରେ ଫସିରହିଛନ୍ତି ।
କାବୁଲର ଯୁବକ ଆତଉଲ୍ଲା ଖାନକୁ ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ସକିଲା ବାନୁ । ସେତେବେଳେ ଆତଉଲ୍ଲା ଖାନ ସମ୍ବଲପୁରରେ ରହୁଥିଲେ । ବିବାହ ପରେ ସେମାନେ କାବୁଲ ଚାଲିଯାଇଥିଲେ । ଜୁହୁରା ବେଗମ ଝିଅ ସହ ମଝିରେ ମଝିରେ ଫୋନରେ କଥା ହେଉଥିଲେ । ହେଲେ ୨ ମାସ ହେବ ଝିଅ ସହ ଆଉ କଥାବାର୍ତ୍ତା ସମ୍ଭବ ହୋଇପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Photo-04.png)