କଟନିଛଟନିକୁ ନେଇ ଛିଣ୍ଡୁନି ମିଲର-ଚାଷୀଙ୍କ ବିବାଦ: ମଣ୍ଡିରେ ପଡିଛି ହଜାର ହଜାର ବସ୍ତା ଧାନ

ସମ୍ବଲପୁର ଜମନକିରା ବ୍ଲକରୁ ଆସିଲା ଚିତ୍ର । ଚିନ୍ତାରେ ଚାଷୀ

109

କନକ ବ୍ୟୁରୋ: ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ମିଲର ଆସୁନଥିବା ବେଳେ କଟନି ଛଟନିକୁ ନେଇ ମିଲର ଏବଂ ଚାଷୀଙ୍କ ଭିତରେ ଛିଡ଼ୁନି ବିବାଦ । ଯାହା ପାଇଁ ୯୮ଶହ ୭୦ ପ୍ୟାକେଟ ଧାନ ଉଠି ନପାରି ପଡ଼ି ରହିଛି । ସମ୍ବଲପୁର ଜମନକିରା ବ୍ଲକର ସୁବର୍ଣ୍ଣପାଲି ମଣ୍ଡି ଓ ଡ଼ିମିରମୁଣ୍ଡା ସମେତ ଅନେକ ମଣ୍ଡିରେ ପଡ଼ି ରହିଛି ଧାନ ।

ସୁବର୍ଣ୍ଣପାଲି ରେ ଏକ ମହିଳା ସଂୟଂ ସହାୟକ ଗୋଷ୍ଠି ଧାନ ସଂଗ୍ରହ କରୁଥିବା ବେଳେ ମଣ୍ଡିକୁ ମିଲର ଆସୁନି । ଏଭଳି ଦୁର୍ଦଶା ଭିତରେ ସୁବର୍ଣ୍ଣପାଲି ମଣ୍ଡି ୫୭ ଜଣ ଚାଷୀଙ୍କ ୫ ହଜାର ପ୍ୟାକେଟ ଓ ଡିମିରମୁଣ୍ଡାରେ ୧୦୬ ଜଣ ଚାଷୀଙ୍କ ୯୮ଶହ ୭୦ ପ୍ୟାକେଟ ଧାନ ଉଠି ନପାରି ପଡିରହିଛି । ତେବେ ମଣ୍ଡି ଖୋଲିବା ଆରମ୍ଭରୁ ଜଦି ଏଭଳି ସମସ୍ୟା ଲାଗିରହେ ଆଗକୁ ଚାଷି ହଇରାଣରେ ପଡିବା ଆଶଙ୍କା କରାଯାଉଛି ।