କାଳବୈଶାଖୀ ଉଜାଡି ଦେଲା ସୁନାର ଫସଲ ! କ୍ଷତିଗ୍ରସ୍ତ ଫସଲ ଦେଖି କାନ୍ଦୁଛନ୍ତି ଚାଷୀ ।

46

କନକ ବ୍ୟୁରୋ : କାନ୍ଦୁଛି ସମ୍ବଲପୁରର ଚାଷୀ । ଆଉ ଏହି ଲୁହ ପଛର କାରଣ ହେଉଛି ଅଦିନିଆ ବର୍ଷା । ବର୍ଷା ଆସି ଉଜାଡି ଦେଇଛି ସୁନାର ଫସଲ । ଧାର ଉଧାର କରି ଚାଷ କରିଥିବା ସମ୍ବଲପୁର ଜିଲ୍ଲାର ଚାଷୀ, ଏବେ କେମତି ଋଣ ପରିଶୋଧ କରିବ, ସେ କଥା ଭାବିଲା ବେଳକୁ ଆଖିରୁ ଲୁହ ଝରି ଆସୁଛି । ଏହା ହେଉଛି ସମ୍ବଲପୁରରୁ ଜିଲ୍ଲା ତବଲା ଗାଁର ରିପୋର୍ଟ ।

କନକ ନ୍ୟୁଜ କ୍ୟାମେରାରେ ତାର ଜମିର ଅବସ୍ଥା କହିବା ସମୟରେ, କୋହ ସମ୍ଭାଳି ପାରୁନଥିବା ଚାଷୀ ଅର୍ଜୁନ ଭୁଏର କାହାଣୀ । କାହାକୁ ଏହା କେତେ ପ୍ରଭାବିତ କରିବ ତାହା କହିହେବ ନାହିଁ, କିନ୍ତୁ ସେ ଯେଉଁ କ୍ଷତି ସହିଛି ତାହା ସେ ନିଜେ ହିଁ ଅନୁଭବ କରିପାରିବ । ଗରିବ ପରିବାରର ଅର୍ଜୁନ ୨୫ ହଜାର ଟଙ୍କା ରୁଣ କରି ଚାଷ କରିଥିଲେ କିନ୍ତୁ କାଳବୈଶାଖୀ ବର୍ଷା ସବୁକିଛି ଉଜାଡି ଦେଲା ।

ଅଦିନିଆ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅନେକ ଚାଷୀଙ୍କର ମୁହଁରୁ ହସ ଲିଭାଇ ଦେଇଛି । ତେବେ ଏହି ଚାଷୀମାନଙ୍କର ସେମିତି କିଛି ଲବି ନାହିଁ କିମ୍ବା ଉଚ୍ଚସ୍ୱରରେ କଥା କହି ପ୍ରଶାସନକୁ ଦୋହଲାଇ ଦେବାର ଶକ୍ତି ନାହିଁ । ଏଭଳି ସ୍ଥଳେ ଏମାନଙ୍କ କଥା ପ୍ରଶାସନ କେତେ ଶୁଣିବ, ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।