ମଣିଷ କେତେ ଉଗ୍ର ହୋଇପାରେ !! ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡଭାଇ

ବିଭତ୍ସ ହତ୍ୟାକାଣ୍ଡ । ଗଣ୍ଡି ଗଡ଼ୁଛି, ମୁଣ୍ଡ ଧରି ଅଭିଯୁକ୍ତ ଫେରାର

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କଲା ବଡ ଭାଇ । ସମ୍ବଲପୁର ଶାସନ ଥାନା ଝରଘାଟି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କଥାକୁ ନେଇ ସାନ ଭାଇ ରମେଶ ଖଡିଆ ଓ ବଡ ଭାଇ ନିର୍ମଳ ଖଡିଆଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଏଥିରେ ରାଗିଯାଇ ନିର୍ମଳ ଏକ ଟାଙ୍ଗିଆରେ ରମେଶକୁ ଟାଙ୍ଗିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ରମେଶକୁ ସମ୍ବଲପୁର ମେଡିକାଲରେ ଭର୍ତି କରାଯାଇଛି । ଏପଟେ ଭୟରେ ବଡ ଭାଇ ନିର୍ମଳ ମାଆଙ୍କ ଶାଢିରେ ଘରେ ଆତ୍ମହତ୍ୟା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe