କନକ ବ୍ୟୁରୋ: ସମ୍ବଲପୁର ସାପଲହରୀ ଗାଁରେ ହାତୀ ମୃତ୍ୟୁ ଘଟଣାରେ ନୂଆ ମୋଡ । ହାତୀକୁ ଗୁଳିମାଡ ହୋଇଥିଲା କହିଲେ ଡିଏଫଓ । ପ୍ରେସମିଟ କରି ସୂଚନା ଦେଲେ ସମ୍ବଲପୁର ଡିଏଫଓ । ଗୁଳିମାଡ ଯୋଗୁଁ ଇନଫେକ୍ସନ ହୋଇଥିଲା । ଇନଫେକ୍ସନ ବଢି ସେପଟିମେସିଆରେ ପରିଣତ ହୋଇଥିଲା । ପରେ ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବାରୁ ହାତୀର ମୃତ୍ୟୁ ହୋଇଛି । ବିଶେଷଜ୍ଞ ଡାକ୍ତରଙ୍କ ଆଲୋଚନା ପରେ ସୂଚନା ଦେଲେ ଡିଏଫଓ । ଏହି ଘଟଣାରେ ୩ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସମ୍ବଲପୁର ସାପଲହରା ଗାଁ ପୋଖରୀକୁ ପାଣି ପିଇବାକୁ ଆସି ପଙ୍କରେ ଫସିଯାଇଥିଲା ହାତୀ । ତିନି ଦିନ ପରେ ପୋଖରୀରୁ ଉଦ୍ଧାର ହୋଇଥିଲା ହାତୀ । କିନ୍ତୁ ଗୋଡରେ ଗଭୀର କ୍ଷତ ଥିବାରୁ ହାତୀ ଛିଡା ହୋଇପାରୁନଥିଲା । ଉଦ୍ଧାର ପରେ ହାତୀର ମୃତ୍ୟୁ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/16-16.jpg)