କନକ ବ୍ୟୁରୋ : ସମ୍ବଲପୁର ଠେଲକୋପଡା ଡବଲ ମର୍ଡର ମାମଲାରେ ଆଉ ୫ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏହା ସହିତ ଗିରଫ ସଂଖ୍ୟା ୭ରେ ପହଁଚିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ସମ୍ବଲପୁର ସହର ଠେଲକୋପଡାରେ ଏହି ଡବଲ ମର୍ଡର ହୋଇଥିଲା । ପ୍ରଥମେ ସୁଜିତ୍ ନାଗକୁ ହତ୍ୟା କରାଯାଇଥିଲା । ମାତ୍ର ୪୫ମିନିଟ୍ ପରେ ସୁଜିତ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀର ବଡଭାଇ ଶଙ୍କର ମୁଖୀଙ୍କୁ ହତ୍ୟା କରିଥିଲେ ବିପକ୍ଷ ଗୋଷ୍ଠୀ । ଏପରିକି ପାଣ୍ଡବ ମୁଖୀର ଘରେ ନିଆଁ ଲଗାଇଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏହାସହିତ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀକୁ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିଲା ପୁଲିସ୍ ।

Advertisment

publive-image

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମ୍ବଲପୁରରେ ଘଟିଯାଇଥିଲା ହତ୍ୟାକାଣ୍ଡ। ସମ୍ବଲପୁରରେ ଠେଲକୋପଡାରେ ସୁଜିତ ନାଗ ନାମକ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା । ସୁଜିତର ମୁଣ୍ଡ, ପେଟ ଓ ଗୋଡକୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଠେଲକୋପଡ଼ାରେ ପାଣ୍ଡବ ମୁଖୀ ନାମକ ଜଣେ ଯୁବକ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ହେବା ସହିତ ପଡ଼ାର ଲୋକମାନଙ୍କ ଠାରୁ ଜୋର ଜବରଦସ୍ତ ଦାଦା ବଟି ଆଦାୟ କରୁଥିଲା। ଏହାକୁ ପଡ଼ାର ଅନ୍ୟ ଲୋକେ ବିରୋଧ କରୁଥିଲେ। ଏପରିକି ପୂର୍ବରୁ ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ ହୋଇଥିବା ପାଣ୍ଡବ ଏକ ଗୋଷ୍ଠୀ କରି ତାର ଦାଦାଗିରି ଚଳାଇଥିଲା।ଏହାକୁ ନେଇ ପାଣ୍ଡବ ଗୋଷ୍ଠୀ ଗୋଟିଏପଟେ ଥିବା ବେଳେ ପଡ଼ାର ଅନ୍ୟ ଲୋକେ ଅନ୍ୟ ଗୋଷ୍ଠୀରେ ସାମିଲ ହୋଇ ଯାଇଥିଲେ। ଆଜି ସକାଳ ୮ଟା ବେଳେ ପାଣ୍ଡବ ଗୋଷ୍ଠୀକୁ ବିରୋଧ କରୁଥିବା ସୁଜିତ ନାଗ(୨୫ ବର୍ଷ) ନାମକ ଜଣେ ଯୁବକ ଯାଉଥିବା ବେଳେ ତାଙ୍କୁ ଅଟକାଇ ପାଣ୍ଡବ ମୁଖୀ ଗୋଷ୍ଠୀର ଲୋକ ଭୁଜାଲୀରେ ହାଣି ଦେଇଥିଲେ। ଗୁରତର ଅବସ୍ଥାରେ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ଶ୍ରୀ ନାଗଙ୍କୁ ମୃତ ଘୋଷଣା କରିଥିଲେ। ସୁଜିତଙ୍କ ମୃତ୍ୟ ଖବର ପଡ଼ାରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।ଏହାକୁ ବିରୋଧ କରି ପଡ଼ାଲୋକେ ପାଣ୍ଡବ ମୁଖୀର ଘରେ ନିଆଁ ଲଗାଇ ଦେଇଥିଲେ। ଏପରିକି ପାଣ୍ଡବ ଗୋଷ୍ଠୀର ଜଣେ ଯୁବକ ଗାଁ ଲୋକଙ୍କୁ ଏହି ଘଟଣାପାଇଁ ଧମକ ଚମକ ଦେବାରୁ ଗାଁ ଲୋକେ ତାକୁ ଘରୁ ଟାଣି ଆଣି ପିଟିପିଟି ମାରି ଦେଇଥିବା ଜଣାପଡିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।