ଋଣ ସୁଝୁଛନ୍ତି ସମ୍ବଲପୁରର ଡାକ୍ତର ନାରାୟଣୀ ପଣ୍ଡା । ଜିଏମ୍ ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିବା ପରେ ଓଡିଶା ମୁକ୍ତା ବିଶ୍ୱବିଦ୍ୟାଳୟକୁ ଦେଲେ ୧୨ ଲକ୍ଷ

186

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସମ୍ବଲପୁରର ନାଁକରା ଡାକ୍ତର ନାରାୟଣୀ ପଣ୍ଡା । ନିକଟରେ ନିଜେ ପଢିଥିବା ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ । ଆଉ ଏବେ ଓଡିଶା ମୁକ୍ତା ବିଶ୍ୱ ବିଦ୍ୟାଳୟକୁ ୧୨ ଲକ୍ଷ ଟଙ୍କା ଦାନ କରିଛନ୍ତି । ନିହାତି ଗରିବ ଓ ମେଧାବୀ ପିଲାଙ୍କ ପାଠପଢାରେ ଏହି ଟଙ୍କା ଖର୍ଚ କରିବା ପାଇଁ ସେ ନିବେଦନ କରିଛନ୍ତି । ସ୍ୱାମୀଙ୍କ ନାଁରେ ଏହି ଟଙ୍କା ଦାନ କରିଛନ୍ତି । ତାଙ୍କ ପାଠ ପଢିବା ସମୟରେ ଯେମିତି ସେ ପଢୁଥିବା କଲେଜ ତାଙ୍କୁ ସାହା ହୋଇଥିଲା, ଠିକ୍ ସେମିତି ସେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସାହା ହେବାକୁ ଚାହୁଁଛନ୍ତି ।