କନକ ବ୍ୟୁରୋ : ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ମୁଖ୍ୟ କିରାଣି ଦିଲ୍ଲୀପ ଦେଙ୍କ ସାକ୍ଷୀପଡା ସ୍ଥିତ ବାସଭବନରେ ଚଢାଉ କରାଯାଇଛି । ଭିଜିଲାନ୍ସର ଦୁଇ ଜଣିଆ ଟିମ୍ ଦିଲ୍ଲୀପଙ୍କ ଘର ଓ ଅଫିସରେ ଚଢାଉ କରିଛି । ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।