କନକ ବ୍ୟୁରୋ : ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନୀଲ କୁମାର ପଣ୍ଡାଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଉଛି । ସମ୍ବଲପୁରରେ ଥିବା ସୁନୀଲ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟ, ସମ୍ବଲପୁର ଗ୍ରୀନ୍ ପାର୍କ ରେସିଡେନ୍ସିରେ ଥିବା ଫ୍ଲାଟ, ଖଣ୍ଡଗିରି କସ୍ମୋପଲିରେ ଥିବା ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।

Advertisment