ଧାନ କିଣା ପ୍ରସଙ୍ଗକୁ ନେଇ ତାତିଲେ ଚାଷୀ : ରବି ଧାନକିଣାରେ ଟୋକନ ଅବଧି ବୃଦ୍ଧି ଦାବିରେ ସରକାରୀ ଅଫିସ ଘେରାଉ

125

କନକ ବ୍ୟୁରୋ : ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ରବି ଧାନ କିଣାରେ ଟୋକନ ଅବଧି ବଢାଇବାକୁ ଦାବି କରି ସରକାରୀ ଅଫିସ ଘେରାଉ କଲେ ଚାଷୀ ଓ ଚାଷୀ ନେତା । ଆଜି ପ୍ରଥମେ ଡିଆର ବା ସମବାୟ ଉପନିବଦ୍ଧକଙ୍କ କାର୍ଯ୍ୟାଳୟ, ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଉତ୍ୟେକ୍ତ ଚାଷୀ । ଉଭୟ କାର୍ଯ୍ୟାଳୟରୁ ଚାଷୀଙ୍କୁ କୌଣସି ସନ୍ତୋଷ ଜନକ ଉତର ନମିଳିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ସମ୍ବଲପୁରର ଚାଷୀ ।

ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ପଶିବା ପାଇଁ ଉଦ୍ୟମ କରିଥିଲେ ଚାଷୀ । ହେଲେ ସେହି ସମୟରେ ପୁଲିସ, ଚାଷୀଙ୍କୁ ଅଟକାଇବାରୁ ଉତେଜନା ପ୍ରକାଶ ପାଇଥିଲା । ପରେ ଏଡିଏମ ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ଆଲୋଚନା କରିଛନ୍ତି । ଧାନ କିଣା ଟୋକନ ଅବଧି ବୃଦ୍ଧି ବାବଦରେ ଆଲୋଚନା ପରେ ଚାଷୀ ଧାରଣାରୁ ଉଠିଛନ୍ତି ।