କନକ ବ୍ୟୁରୋ: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ବିବାହ ସମ୍ପନ୍ନ ହେବା ପରେ ନଗ୍ର ପରିକ୍ରମାରେ ବାହାରିଛନ୍ତି ଦେବ ଦମ୍ପତି । ଅଳତୀ ପରେ ସୁସଜ୍ଜିତ ରଥରେ ବିଜେ କରି ମହାଦେବ ଓ ଦେବୀ ପାର୍ବତୀ ଗ୍ର ପରିକ୍ରମା କରିଛନ୍ତି । ରାତି ୧୨ଟାରେ ବାହାରିଥିବା ଏହି ପରିକ୍ରମା ବ୍ରାହ୍ମ ମୁହୂର୍ତରେ ସାମାନ୍ୟ ବିଶ୍ରାମ ପରେ ପୁଣି ଅପରାହ୍ନ ଯାଏଁ ଚାଲିବ । ଏଥିରେ ଭଗବାନ ଭକ୍ତଙ୍କ ପାଖକୁ ଆସିବାର ଅନନ୍ୟ ପରମ୍ପରା ରହିଛି । ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ନଗର ପରିକ୍ରମା ଚାଲିଛି । ଏହି ନଗର ପରିକ୍ରମାରେ ଦୁଲୁଦୁଲି, ମେଲାଡ଼ି ଦୁଲୁଦୁଲି, ଶବର ନୃତ୍ୟ, ଆନ୍ଧ୍ରା ବାଘ ନୃତ୍ୟ, ବାଡ଼ି ନୃତ୍ୟ, ଘୁମୁରା ନୃତ୍ୟ, କାନ୍ତାରା ନୃତ୍ୟ, ଅଘୋରୀ ନୃତ୍ୟ, ନାସିକ ଢୋଲ, ଘଂଟ ବାଦ୍ୟ, ଡିଜିଟାଲ ଲାଇଟ, ସମ୍ପ୍ରଦା ସାମିଲ ହୋଇଛନ୍ତି ।

ସେହିପରି ରାମଲଲା, ନରସିଂହ, କୁଂଫୁ ପାଣ୍ଡା, ଶ୍ରୀକୃଷ୍ଣଙ୍କ ନବଗୁଞ୍ଜର ବେଶ, ବାଲିର ନାରାୟଣ ପ୍ରମୁଖ ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛି । ମୋଦିପଡ଼ା ଯାତ୍ରା କମିଟିରେ ଶ୍ରୀଲଙ୍କାର ଏକ ସାଂସ୍କୃତିକ ଦଳ ଆସି ସେଠାକାର ଲୋକନୃତ୍ୟ ପରିବେଷଣ କରୁଛନ୍ତି । ଶୀତଳଷଷ୍ଠୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସାରା ସହରରେ ୬୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।