ସମ୍ବଲପୁରର ସତା ଲଢେଇ । ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ

ସମ୍ବଲପୁରର ସତା ଲଢେଇ

183

କନକ ବ୍ୟୁରୋ : ସମ୍ବଲପୁରର ସତା ଲଢେଇ । ସମ୍ବଲପୁର ବିଧାନସଭା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ରାସେଶ୍ୱରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ କଂଗ୍ରେସର ଅଶ୍ୱିନୀ ପୂଜାହାରୀ । ଗତଥର ଏଠାରେ ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରିଥିଲେ ରାସେଶ୍ୱରୀ । ଏଥର କିନ୍ତୁ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛି । ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ମିଶିବା ପରେ ଏଠାରୁ କଂଗ୍ରେସ ତାଙ୍କୁ ଟିକେଟ ଦେଇଛି । ତେବେ ପୂର୍ବଥର ରାସେଶ୍ୱରୀ ବିଜୟ ହୋଇଥିଲେ । ଚଳିତ ନିର୍ବାଚନରେ ବିଧାୟିକା ଘର ଘର ବୁଲି ନିଜର ନିର୍ବାଚନ ପ୍ରଚାର କରୁଛନ୍ତି । ନବୀନଙ୍କ ବିକାଶର କଥାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ରାସେଶ୍ୱରୀ ।

ସମ୍ବଲପୁରବାସୀମାନେ ସଚେତନ ଅଛନ୍ତି , ଅନେକ ବିକାଶ ସମ୍ବଲପୁରରେ ହୋଇଛି । ଆଗାମୀ ଦିନରେ ଏହି ବିକାଶ ଧାରା ବଜାୟ ରହିବ । ଲୋକମାନେ ଜାଣିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ କଣ ଉନ୍ନତି ହୋଇଛି ଏବଂ ୧୫ ବର୍ଷ ମଧ୍ୟରେ କଣ ହୋଇଥିଲା । ଲୋକମାନେ କହୁଛନ୍ତି ଯେ, ନବୀନ ବାବୁଙ୍କ ନେତୃତ୍ୱରେ ହିଁ ରାଜ୍ୟର ବିକାଶ ହେଉଛି । ତେଣୁ ପୁଣି ଥରେ ସମ୍ବଲପୁରବାସୀ ଶଙ୍ଖ ଚିହ୍ନରେ ହିଁ ଭୋଟ ଦେବା ପାଇଁ ମନସ୍ଥିର କରିଛନ୍ତି ବୋଲି ରାସଶ୍ୱେରୀ କହିଛନ୍ତି ।