କନକ ବ୍ୟୁରୋ : ସମ୍ବଲପୁର ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲା ବରପାଲି ଅଂଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଜରାଟରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ସୁସ୍ଥ ହୋଇଥିଲେ । ସେ ୧୫ ଦିନ ତଳେ ନିଜ ଘରକୁ ଆସିଥିଲେ । ସେ ଘରେ ରହିଥିବା ସମୟରେ ତାଙ୍କ ନାଳତଳେ କିଛି ଅସୁବିଧା ଅନୁଭବ କରିବାରୁ ବୁର୍ଲା ଇଏନଟି ବିଭାଗକୁ ଆସି ଦେଖାଇଥିଲେ ।
ଡାକ୍ତରମାନେ ଯାଂଚ କଲା ପରେ ଏହା ବ୍ଲାକ ଫଙ୍ଗସ ବୋଲି ଜାଣିପାରିଥିଲେ । ଆଉ ତୁରନ୍ତ ଏହାର ଚିକିତ୍ସା ଆରମ୍ଭ କରିଥିଲେ । ଏହି ବ୍ଲାକ ଫଙ୍ଗସ ରୋଗୀ ଜଣଙ୍କ ନିକଟରେ ପ୍ରାଥମିକ ପର୍ଯ୍ୟାୟରେ ରହିଥିଲା । ଅସ୍ତ୍ରୋପଚାର ଦ୍ୱାରା ନାକ ତଳ ପ୍ରଭାବିତ ସ୍ଥାନକୁ ବାହାର କରି ଦିଆଯାଇଥିଲା । ଆଉ କୌଣସି ସଂକ୍ରମଣର ଭୟ ନଥିବା ଚିକିତ୍ସା କରିଥିବା ଡାକ୍ତରମାନେ କହିଛନ୍ତି । ବତର୍ମାନର ରୋଗୀ ଜଣକ ଇଏନଟି ବିଭାଗରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/15-7.jpg)