କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ନିଲମ୍ବିତ । ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ ହୋଇଛନ୍ତି ଜୟନାରାୟଣ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ତାଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି । ଦଳୀୟ ହ୍ୱିପକୁ ଅବମାନନା କରିଥିବାରୁ ଜୟନାରାୟଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୟନାରାୟଣଙ୍କୁ ନିଲମ୍ବନ ସଂପର୍କରେ ସୂଚନା ଦେଇଛନ୍ତି ସଭାପତି ବସନ୍ତ ପଣ୍ଡା । ଏହା ସହ ସମ୍ବଲପୁରର ୯ ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ସେପଟେ ଦଳରୁ ନିଲମ୍ବିତ ହେବା ନେଇ ଜୟନାରାୟଣ କହିଛନ୍ତି, ସେ ବିଜେପିରେ ଅଛନ୍ତି ଏବଂ ସେ ବିଜେପିରେ ରହିବେ । ରାଜନୀତି କରିବା ଆଳରେ ତାଂକୁ ସସପେଣ୍ଡ କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-18h09m18s236.png)