ଫେକ୍ ହେଲମେଟ୍ ଭାଙ୍ଗିଲେ , ସଚେତନ କଲେ ପୁଲିସ୍ ଅଧିକାରୀ : କହିଲେ , ଆଇଏସଆଇ ମାର୍କର ହେଲମେଟ୍ କିଣନ୍ତୁ ରୋଡ଼୍ ସାଇଟରୁ ନ କିଣି ସୋ’ରୁମରୁ ଯାଇ କିଣନ୍ତୁ

365

କନକ ବ୍ୟୁରୋ : ହେଲମେଟ ଭାଙ୍ଗିଲେ ଏସପି । ସମ୍ବଲପୁରରେ ହେଲେମେଟ ସଚେତନତା କାର୍ଯ୍ୟକ୍ରମ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ନକଲି ହେଲମେଟରୁ ଦୂରେଇ ରହିବା ବିଷୟରେ ସଚେତନ କରାଉଥିଲେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ।

ନକଲି ହେଲମେଟ ପ୍ରତି ସାବଧାନ ରୁହନ୍ତୁ ଓ ଯେଉଁଠାରୁ ହେଲମେଟ କିଣିଲେ ବି ନିଶ୍ଚିତ ଭାବେ ବିଲ୍ ଆଣିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ବଲପୁର ଜେଲ ଛକରେ ଫୋରମ ଫର ପ୍ରିଭେନସନ ଅଫ ରୋଡ ଆକ୍ସିଡେଂଟ ପକ୍ଷରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ୍ ଅଧିକାରୀମାନେ ଯୋଗଦେଇଥିଲେ ।