କନକ ବ୍ୟୁରୋ: ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପି, ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି ବିଜେଡି । ତେବେ ପ୍ରସନ୍ନଙ୍କୁ ଟିକେଟ ଦେବା ପରେ ସେ ବରଗଡ଼ ଜିଲ୍ଲାର କହି କଟାକ୍ଷ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର । ଏବଂ ବିଜେଡିକୁ ପ୍ରାର୍ଥୀ ମିଳୁନଥିବାରୁ ସେ ବାହାର ଜିଲ୍ଲା ପ୍ରାର୍ଥୀ ଆଣି ଟିକେଟ ଦେଉଥିବା କହିଥିଲେ ଜୟନାରାୟଣ । ଯାହାର କଡ଼ା ଯବାବ ଦେଇଥିଲେ ରେଢ଼ାଖୋଲ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ପ୍ରସନ୍ନ ସମ୍ବଲପୁରରୁ ବାରମ୍ବାର ପ୍ରାର୍ଥୀ ହୋଇଥିବା କହିଥିଲେ ରୋହିତ । ତେବେ ସମ୍ବଲପୁର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଟିକେଟ୍ ଆଶାୟୀ ଥିବାରୁ ସେ ପ୍ରସନ୍ନଙ୍କୁ ସମର୍ଥନ କରୁଛନ୍ତି ନା ବିଦ୍ରୋହୀ ସାଜୁଛନ୍ତି ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ଗତଥର ଏହି ଆସନରେ ବିଜେଡି ଟିକେଟ ପାଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ଏବଂ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ।

Advertisment

ସମ୍ବଲପୁର ବିଧାନସଭା
୨୦୧୯
ବିଜୟ ବ୍ୟବଧାନ
୪୩୮୦ ଭୋଟ୍

ଜୟନାରାୟଣ ମିଶ୍ର          ବିଜେପି              ୫୭,୩୪୯              ୪୪.୫୩%
ରାସେଶ୍ୱରୀ ପାଣିଗ୍ରାହୀ     ବିଜେଡି              ୫୨,୯୬୯              ୪୧.୧୩%
ଅଶ୍ୱିନୀ କୁମାର ପୂଝାରୀ    କଂଗ୍ରେସ            ୧୧,୬୫୨               ୯.୦୫%