ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ : ସାଢ଼େ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସହ ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

136

କନକ ବ୍ୟୁରୋ : ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ସାଢ଼େ ୧୧ଟା ସୁଦ୍ଧା ୩୯ ଦଶମିକ ୪ ଡିଗ୍ରୀ ସହ ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତପ୍ତ ସହର । ହୀରାକୁଦରେ ୩୯ ଦଶମିକ ୨ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଡିଗ୍ରୀ, ଚାନ୍ଦବାଲିରେ ୩୭ ଡିଗ୍ରୀ, କେନ୍ଦୁଝରରେ ୩୬ ଦଶମିକ ୨ ଡିଗ୍ରୀ, ବାଲେଶ୍ବରରେ ୩୫ ଦଶମିକ ୬ ଡିଗ୍ରୀ ପୁରୀରେ ୩୫ ଦଶମିକ ୪ ଡିଗ୍ରୀ, ଗୋପାଳପୁରରେ ୩୩ ଦଶମିକ ୮ ଡିଗ୍ରୀ, ପାରାଦୀପରେ ୩୩ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏହା ସହ କିଛି ସ୍ଥାନରେ ୪ରୁ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହିତ କାଳବୈଶାଖୀ ସକ୍ରିୟ ରହିବ । କିନ୍ତୁ ଦିନ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ନାହିଁ । କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ । ସେହିଭଳି ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୁଳ ରହିଛି । ନିକୋବର ଦ୍ୱୀପପୁଂଜ, ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରରେ ମୌସୁମୀ ଅଗ୍ରସର ହୋଇ ସକ୍ରିୟ ହେବ । ଗତକାଲି ୧୩ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ଥିବା ବେଳେ ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ଡିଗ୍ରୀ ରହିଥିଲା ।