କନକ ବ୍ୟୁରୋ: ସମ୍ବଲପୁରୀ ଶାଢ଼ି ଡିଜାଇନରେ ସଜେଇ ହୋଇଛି ସମ୍ବଲପୁର ଅଇଁଠାପାଲି ଥାନା । ଅର୍ଗାନିକ ଗାର୍ଡ଼େନ ସାଙ୍ଗକୁ ସମ୍ବଲପୁରୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ଏହି ଥାନାରେ ।
ସମ୍ବଲପୁରୀ ଶାଢି ଡିଜାଇନରେ ସଜେଇ ହୋଇଛି ଥାନା । ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଥାନା ଆଜି ଲୋକଙ୍କୁ ଆନନ୍ଦିତ କରୁଛି । ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସମ୍ବଲପୁର ଅଇଁଠାପାଲି ଥାନାକୁ ସମ୍ବଲପୁରୀ ଶାଢି ଡିଜାଇନ୍ରେ ସଜେଇ ଦିଆଯାଇଛି । ଏହାସହ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଥାନାର ମୁଖ୍ୟ ଫାଟକରେ ସମ୍ବଲପୁରୀ ସପ୍ତାପୁରୀ ଡିଜାଇନ୍ର ରଙ୍ଗ ଦିଆଯାଉଛି ।
କେବଳ ଥାନା ଗେଟ୍ ନୁହେଁ, ଭିତରକୁ ପଶିଲେ ପରିଷ୍କାର ପରିଛ୍ନ୍ନତା ଓ ଆର୍ଗାନିକ୍ ବଗିଚା ଯେକୌଣସି ଲୋକଙ୍କୁ ଆକର୍ଷିତ କରିବ । ଆଉ ଥାନାର ଏହ ସୌନ୍ଦଯ୍ୟ ପଛରେ ଲୁଚି ରହିଛି ଥାନା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ । ୨୦୧୮ ମସିହାରେ ଏହି ଅଇଁଠାପାଲି ଥାନାରେ ନିଆ ଲଗାଇ ଦିଆଯାଇଥିଲା । ଏହାପରେ ଥାନାର ସୌନ୍ଦଯ୍ୟ ନଷ୍ଟ ହୋଇଥିଲା । ଆଉ ଏବେ ପୁଣି ସଜେଇ ହୋଇ କଳା ସଂସ୍କୃତିର ବାର୍ତା ବହନ କରୁଛି ଅଇଁଠାପାଲି ଥାନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Screen-Shot-2020-11-07-at-4.45.41-PM.png)