ଆସୁଛି ଆଲୋକର ପର୍ବ । ମାଟି ନୁହେଁ ଗୋବରରେ ଦୀପ ତିଆରି କରୁଛନ୍ତି କାରିଗର, ୟୁଟ୍ୟୁବ ଦେଇଛି ରୋଜଗାର ।

531

କନକ ବ୍ୟୁରୋ : ଆସୁଛି ଦୀପାବଳି । ଦୀପ ଆଲୁଅରେ ଆଲୋକିତ ହେବ ପରିବେଶ । ଏଥିପାଇଁ ଦୀପ ତିଆରିରେ ଲାଗିପଡ଼ିଛନ୍ତି କାରିଗର । ସବୁଠି ମାଟିରେ ତିଆରି ହେଉଥିବା ବେଳେ ସମ୍ବଲପୁରରେ ଦେଶୀ ଗାଈ ଗୋବରରେ ପ୍ରସ୍ତୁତ ହେଉଛି ଦୀପ । ଏହା ପରିବେଶ ଅନୁକୂଳ ହୋଇଥିବାରୁ ଦୀପାବଳି ପାଇଁ ଏହାର ଚାହିଦା ବଢୁଛି । ଆଉ ଏହି ଗୋବର ଦୀପକୁ ତିଆରି କରୁଛନ୍ତି ଚାରିପାଲିର ୧୫ଟି ପରିବାର ।

ୟୁଟ୍ୟୁବ ଦେଲା ରୋଜଗାର । ମାଟି ନୁହେଁ ଗୋବରରେ ତିଆରି କରୁଛନ୍ତି ଦୀପ । ଖାଲି ସେତିକି ନୁହେଁ ୧୫ଟି ପରିବାରକୁ ରୋଜଗାର ଦେଉଛନ୍ତି ଯୁବକ । ଗୋବରକୁ ଗୁଣ୍ଡ କରି ଏଥିରେ ପ୍ରିମିଶ ପାଉଡ଼ର ମିଶାଇ ରଙ୍ଗ ବେରଙ୍ଗର ଦୀପ ତିଆରି ହେଉଛି । ଅଢେଇ କେଜି ଖତରେ ୧ କେଜି ପ୍ରିମିଶ ପାଉଡର ମିଶାଯାଏ । ଏଥିରେ ପ୍ରାୟ ୫୫୦ଟି ଦୀପ ତିଆରି ହୁଏ । ସବୁଠାରୁ ବଡ଼ କଥା ହେଉଛି ୟୁଟ୍ୟୁବରୁ ଦୀପ ତିଆରି ଶିଖିଛନ୍ତି କାରିଗର କୈଳାସ ମହାକୁର । ନିଜେ ଗୋବର ଦୀପ ତିଆରି ଶିଖିବା ସହ ଅନ୍ୟଙ୍କୁ ଶିଖାଇଛନ୍ତି ।