ସମଲେଶ୍ୱରୀ ପୀଠକୁ ୭କୋଟି ଟଙ୍କା ମଂଜୁର ! ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା ପାଇଁ ୭କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ: ସମଲେଶ୍ୱରୀ ପୀଠକୁ ୭କୋଟି ଟଙ୍କା ମଂଜୁର । ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ଶବ୍ଦ ଓ ଆଲୋକ ବ୍ୟବସ୍ଥା ପାଇଁ ୭କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଶ୍ୱରୀଙ୍କ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ସମସ୍ତ ବ୍ୟବସ୍ଥା ୫ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମଲେଶ୍ୱରୀଙ୍କ ପୀଠ ସମଗ୍ର ଓଡ଼ିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାଜ୍ୟରୁ ଶତାଧିକ ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏହି ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଆରମ୍ଭ କଲେ ସମ୍ବଲପୁରକୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ।