ଆଜି ‘ଜୁଗାର’ର ବାର୍ଷିକ ଉତ୍ସବ । କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ

53

କନକ ବ୍ୟୁରୋ: ସମ୍ବାଦ ସହିତ ପ୍ରତି ସୋମବାର ପ୍ରକାଶ ପାଉଥିବା ଜୁଗାର ପତ୍ରିକାର ଆଜି ଝାରସୁଗୁଡାରେ ବାର୍ଷିକ ଉତ୍ସବ ପାଳିତ ହେବ । ଏଥିପାଇଁ ଆଜି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୂର୍ଣ୍ଣ କୋଭିଡ କଟଜଣା ମଧ୍ୟରେ ଆଜି ସଂନ୍ଧ୍ୟାରେ ଝାରସୁଗୁଡା ସଂସ୍କୃତି ଭବନରେ ଏହା ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଉଦଘାଟନ କରିବେ ।

ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡିଶା ସରକାରଙ୍କ ଦକ୍ଷତା ଓ ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ,ବରଗଡ ସାଂସଦ ସୁରେଶ ପୁଜାରୀ ପ୍ରମୁଖ ଯୋଗଦେବେ । ଏହି ଅବସରରେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ବିଶିଷ୍ଟ ନାଟ୍ୟ କଳାକାର ପ୍ରଦୀପ ଭୋଳ, ମିସନ ଡ୍ରିମ୍ସ ମିସ ଇଣ୍ଡିଆ ସୁଶ୍ରୀ ଅର୍ପିତା ନନ୍ଦ ,ରଣଜୀ ଟ୍ରଫି ଖେଳାଳୀ ଶୋଭନ ଦେବ, କଣ୍ଠଶିଳ୍ପୀ ଡୁଲେ ରାପରଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।