ରକ୍ତଦାନ କ୍ଷେତ୍ରରେ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଲା ସମ୍ବାଦ-ଆମ ଓଡିଶା । ଏକ ବର୍ଷରେ ସଂଗ୍ରହ ହୋଇଛି ୬୮ ହଜାର ୩ଶହ ୭୨ ୟୁନିଟ୍ ରକ୍ତ ।

ବିଦାୟୀ ବର୍ଷ ୨୦୧୮ ସମ୍ବାଦ-ଆମ ଓଡ଼ିଶାକୁ ଏକ ଚମତ୍କାର ଭେଟି ଦେଇଛି ।

90

କନକ ବ୍ୟୁରୋ: ବିଦାୟୀ ବର୍ଷ ୨୦୧୮ ସମ୍ବାଦ-ଆମ ଓଡ଼ିଶାକୁ ଏକ ଚମତ୍କାର ଭେଟି ଦେଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଏ ବର୍ଷ ସମ୍ବାଦ-ଆମ ଓଡ଼ିଶା ମୋଟ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛେ।
ସୂଚନା ଅନୁଯାୟୀ, ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମ୍ବାଦ-ଆମ ଓଡ଼ିଶା ଶିବିର ସଂଖ୍ୟାରେ ୧୦,୦୦୦ ଓ ରକ୍ତ ସଂଗ୍ରହରେ ୫ ଲକ୍ଷ ୟୁନିଟ ଅତିକ୍ରମ କରିପାରିଛି । ଗତ ୧୩ ବର୍ଷ ମଧ୍ୟରେ ମୋଟ ୧୦୩୯୭ ଶିବିରରୁ ସଂଗ୍ରହ କରାଯାଇଛି ୫,୨୭,୦୭୫ ୟୁନିଟ ରକ୍ତ। ଏହା ଏକ ବିରଳ ଉପଲବ୍ଧି। ଏଥିପାଇଁ ସମ୍ବାଦ-ଆମ ଓଡ଼ିଶା ତରଫରୁ ସମସ୍ତ ସହକର୍ମୀ, ସଂଯୋଜକ, ଆୟୋଜକ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଓ ସର୍ବୋପରି ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ସାଦର କୃତଜ୍ଞତା ଓ ଆଗାମୀ ୨୦୧୯ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି।