ସମ୍ବାଦର ୩୩ ତମ ଜନ୍ମଦିବସ ଉପଲକ୍ଷେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା

70

କନକ ବ୍ୟୁରୋ : ସମ୍ବାଦର ୩୩ ତମ ଜନ୍ମଦିବସ ଉପଲକ୍ଷେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ଆଜି ଭୁବନେଶ୍ୱର ଜୟଦେବ ଭବନରେ ଚାଲିଛି ଏହି କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ବିତର୍କ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ୨୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିତର୍କର ବିଷୟବସ୍ତୁ ଥିଲା ଗଣତନ୍ତ୍ରରେ ପାର୍ଟି ବଡ ନା ମାଟି ବଡ । ବିତର୍କ କାର୍ଯ୍ୟକ୍ରମରେ ବିଚାରକ ଥିଲେ କୃଷିମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏହା ସହ ବିଜେପି ନେତା ବିଜୟ ମହାପାତ୍ର, ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ରାଜନୀତି ସମୀକ୍ଷକ ସୂର୍ଯ୍ୟ ମିଶ୍ର ମଧ୍ୟ ବିଚାରକ ଭାବେ ଯୋଗ ଦେଇଥିଲେ ।

ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବଛାଯାଇଛି । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତାକାଲି ସମ୍ବାଦର ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଏହା ସହ ଜୟଦେବ ଭବନରେ ଚାଲିଛି ସାରେଗାମା ପ୍ରତିଯୋଗିତା । ପ୍ରସିଦ୍ଧ ଗାୟକ ଚିତ ଜେନା, ଗାୟିକା ନାଜିଆ ଆଲମ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗ ଦେଇଛନ୍ତି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ସମ୍ବାଦ ପକ୍ଷରୁ ଏହିସବୁ କାର୍ଯ୍ୟକ୍ରମ ପ୍ରତି ବର୍ଷ ଆୟୋଜିତ ହୋଇଆସୁଛି ।