ସମ୍ବାଦର ବ୍ରାଣ୍ଡ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବା ବ୍ରାଣ୍ଡ ପାଏ ସଫଳତା । 

83

କନକ ବ୍ୟୁରୋ: ଓଡ଼ିଶା ମାଟିରୁ ଜନ୍ମ ନେଇ ଦେଶରେ ଖ୍ୟାତି ଓ ବିଦେଶରେ ଯଶ ଅର୍ଜନ କରିଥିବା ଉଦ୍ୟୋଗକୁ ସମ୍ମାନିତ କରିବାର ପ୍ରୟାସର ନାଁ ହେଉଛି-ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । ବ୍ୟବସାୟକୁ ଉତ୍ସାହିତ ଏବଂ ବ୍ୟବସାୟୀଙ୍କୁ ସମ୍ମାନିତ କରିବାର ପ୍ରୟାସ ଏହାରି ଭିତରେ ଚତୁର୍ଥ ସଂସ୍କାରଣରେ ପାଦ ଦେଇଛି । ଆଉ ଚଳିତବର୍ଷ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କହିଛନ୍ତି-ସାଧାରଣ ଲୋକଙ୍କ ଅବଶ୍ୟକତା ପୁରଣ କରିବାରେ ସଫଳ ହେଉଥିବା ବ୍ରାଣ୍ଡ ସଫଳତା ପାଏ । ଉଦହାରଣ ରଖିବାକୁ ଯାଇ ଓୟୋ ଏବଂ ରିତେଶ ଅଗ୍ରୱାଲଙ୍କ କାହାଣୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ

କର୍ପୋରେଟ୍ ସାମାଜିକ ଦାୟିତ୍ୱ, ବୃହତ, ମଧ୍ୟମ, କ୍ଷୁଦ୍ର ଓ ଷ୍ଟାର୍ଟଅଫ୍ ଆଦି ୫ଟି ବର୍ଗରେ ଚଳିତବର୍ଷ ପୁରସ୍କାର ଦିଆଯାଇଛି ।  ପ୍ରତିବର୍ଗରେ ପ୍ଲାଟିନମ, ଗୋଲ୍ଡ ଓ ସିଲଭର ଭଳି  ୩ଟି ଲେଖାଏଁ ପୁରସ୍କାର ଦିଆଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧିଜୀବୀ ଓ ସଚ୍ଚୋଟ । ଆଉ ଉଦହାରଣରେ ନିଆଳିର ଫଳଚାଷ ଓ ହିଂଜିଳିକାଟୁର ବାସିଫୁଲରୁ ଧୂପକାଠିର କଥା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଉକ୍ରର୍ଷର ଉପାସକଙ୍କୁ ଉତ୍ସାହିତ କରିବା ପାଇଁ ହେଉଥିବା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ, ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି କହିଛନ୍ତି- ସୌମ୍ୟରଂଜନ ପଟ୍ଟନାୟକ ।

ଚଳିତବର୍ଷ ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ ପାଇଁ ଆବେଦନ କରିବା ଲାଗି କର୍ପୋରେଟ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା  । ଆଉ ଆସିଥିବା ସମସ୍ତେ ଆବେଦନ ଗୁଡିକୁ ନିରପେକ୍ଷ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ  ବିଜେତା ଚୟନ କରାଯାଇଥିଲା । ବିଜେତାମାନଙ୍କୁ ପୁରସ୍କୁୃତ ଓ ସମ୍ମାନିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।