କନକ ବ୍ୟୁରୋ : ସମ୍ବାଦରୁ ଚାକିରି ଛାଡିବାର ୧୫ବର୍ଷ ପରେ, ଅଭିଯୋଗ ଆଣି ବଦନାମ କରିବାକୁ ଷଡଯନ୍ତ୍ରର ଅଂଶ ବନିଥିବା ଏହି ଦୁଇ ବ୍ୟକ୍ତିଙ୍କୁ ଭଲ ଭାବରେ ଜାଣିରଖନ୍ତୁ । ଅଭିଯୋଗ ଆଣିଥିବା ଦୁଇ ବ୍ୟକ୍ତି ସମ୍ବାଦର ପୂର୍ବତନ କର୍ମଚାରୀ ବୋଲି ପରିଚୟ ଦେଇ ତାଙ୍କ ଅଜାଣତରେ ରୁଣ ଉଠା ଯାଇଥିବା ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି । ହେଲେ, ନିଜକୁ ନୀରିହ ଓ ଅତି ସାଧାରଣର ପରିଚୟ ଦେଉଥିବା ଅସୀମ ରାଜ୍ୟ ସରକାରଙ୍କ ମୁଖପାତ୍ର ସାଜିଥିବା ସକାଳ ଖବରକାଗଜର କର୍ମଚାରୀ । ସେହିପରି ପୂର୍ଣ୍ଣଚନ୍ଦ୍ର ଦେଓ, ଶାସକ ଦଳ ବିଜେଡିର କର୍ମୀ । ସେ ଶାସକ ଦଳର ବିଧାୟକଙ୍କ ପାଇଁ କାମ କରନ୍ତି । ଆଉ ଉଭୟ ଛାୟା ସରକାରର ମୋହରା ବନିଛନ୍ତି    । ପ୍ରାୟୋଜିତ ଯୋଜନା ଅନୁସାରେ, ଛାୟା ସରକାରଙ୍କ ପ୍ରରୋଚନାରେ ସମ୍ବାଦ ବିରୋଧରେ ଅଭିଯୋଗ କରିଛନ୍ତି ।

Advertisment

ଇଓଡବ୍ଲ୍ୟୁର ସୂଚନା ଅନୁସାରେ ୧୫ରୁ ୨୦ଜଣ ସମ୍ବାଦ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ତଦନ୍ତ କରୁଛି । ସମ୍ବାଦ କାର୍ଯ୍ୟାଳୟରେ ରେଡ୍ କରିବା ସହ ସମ୍ବାଦ କର୍ତୁପକ୍ଷଙ୍କୁ ପଚରାଉଚୁରା କରାଯାଇଛି । କିନ୍ତୁ ସମ୍ବାଦ ବିରୋଧରେ ଅଭିଯୋଗ ଆଣିଥିବା ଏହି କେତେ ଜଣ ହାତଗଣତି, ସୁବିଧାବାଦୀ ଲୋକଙ୍କୁ ଛାଡିଦେଲେ, ପ୍ରାୟ ୧ ହଜାରରୁ ଅଧିକ କର୍ମଚାରୀ କାମ କରିଥାନ୍ତି । ସମ୍ବାଦରେ କାମ କରୁଥିବାବେଳେ, ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି । ଆଉ ଆବଶ୍ୟକ ପଡିଲେ ରୁଣ ନେଇଥାନ୍ତି । ହେଲେ, ରୁଣ ନେବା ପାଇଁ କାହାକୁ ବାଧ୍ୟ କରାଯାଏନି ।

ଏପରିକି କିଛି କର୍ମଚାରୀ ୩୫ରୁ ୪୦ ବର୍ଷ ସମ୍ବାଦରେ କାର୍ଯ୍ୟ କରିବା ପରେ, ଅବସର ନେଇଛନ୍ତି । ଅବସର ସମୟରେ ସମ୍ବାଦ ପରିବାର ପକ୍ଷରୁ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧିତ କରାଯାଇଥିଲା । ଯେଉଁ ମାନଙ୍କ ସ୍ମୃତିରେ ସମ୍ବାଦ ଶେଷ ପର୍ଯ୍ୟନ୍ତ ରହିଥିବ ।

ସବୁଠାରୁ ବଡ କଥା ହେଲା, ସୌମ୍ୟରଞ୍ଜନ ପଚାରିଥିବା ପ୍ରଶ୍ନର ଉତର ତ ମିଳିଲାନି, କିନ୍ତୁ ପ୍ରତିଶୋଧ ପରାୟଣ ହୋଇ ମିଛ ମାମଲାରେ ଇଓଡବ୍ଲ୍ୟୁ ଅଧିକ ଆଗ୍ରହ ଦେଖାଇ ଯାଂଚ କରୁଛି । ସାଢ଼େ ଚାରି କୋଟି ଓଡିଆଙ୍କ ସ୍ୱାର୍ଥକୁ ଅଣଦେଖା କରି ଜଣେ ସଚିବଙ୍କ ସୁରକ୍ଷା ପାଇଁ ସବୁ କଳବଳ ଲଗାଇ ଦେଇଛି । ଯାହାକୁ ନେଇ ସାମାଜିକ ଗଣମାଧ୍ୟଠାରୁ ଆରମ୍ଭ କରି, ସବୁ ମହଲରେ ନିନ୍ଦା କରାଯାଉଛି ।