କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ପକ୍ଷରୁ ବିଶ୍ୱ ହୃଦୟ ଦିବସକୁ ନେଇ ୱାକାଥନ । ସମ୍ବାଦ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ଶତାଧିକ ଲୋକ ଯୋଗ ଦେଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆରୁ ଏହି ୱାକାଥନ୍ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଯାଇଥିଲା । ପୁଣି ସେଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆକୁ ଫେରିଥିଲେ ।
ନିଜ ହୃଦୟକୁ କିପରି ସୁସ୍ଥ ରଖିବା ସହ ସଚେତନ ରହିବେ ସେନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏନେଇ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ଆଥଲେଟ୍ ଶ୍ରାବଣୀ ନନ୍ଦ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରିଥିଲେ । ୱାକାଥନ୍ ପାଇଁ ପଞ୍ଜିକୃତ କରିଥିବା ବ୍ୟକ୍ତିମାନଙ୍କୁ ଗିଫ୍ଟ ପ୍ରଦାନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-01-09h48m49s154.jpg)