ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ଛାୟା ସରକାର । ସମ୍ବାଦ ଗ୍ରୁପର ମାନବ ସମ୍ବଳ ମୁଖ୍ୟଙ୍କୁ ଦ୍ୱିତୀୟ ଦିନରେ ପଚରାଉଚୁରା
କନକ ବ୍ୟୁରୋ : ଗୋଟିଏ ପଟେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଛାୟା ସରକାର ନୂଆ ନୂଆ ଚାଲ ଚଳାଇଛନ୍ତି । ମିଛ ଓ ପ୍ରାୟୋଜିତ ଅଭିଯୋଗ ଯୋଗାଡ କରିବାରେ ଲାଗିଛନ୍ତି । ଆଉ ସେହି ଅଭିଯୋଗକୁ ଆଧାର କରି ସାଧାରଣ ଜନତାଙ୍କ ସ୍ୱର ସାଜିଥିବା ସୌମ୍ୟ ରଞ୍ଜନଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଛାତ୍ର ସଂଗଠନ । ଛାତ୍ର ସଂଗଠନର ସଦସ୍ୟମାନେ ଇଓଡବ୍ଲ୍ୟୁ ରେଡକୁ ବିରୋଧ କରିବା ସହ, ପୋଷ୍ଟର ମାରି ସୌମ୍ୟ ରଞ୍ଜନଙ୍କୁ ସମର୍ଥନ ଜଣାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଚାଲିଥିବା ଛାୟା ସରକାର, ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରିବା ପରେ, ସ୍ୱାଭିମାନୀ ଓଡିଆ ସରକାରଙ୍କ ଏହି ଚାଲକୁ ବୁଝିବା ଆରମ୍ଭ କଲେଣି । ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା ପ୍ରତ୍ୟକ ନାଗରିକ, ସୌମ୍ୟ ରଞ୍ଜନଙ୍କୁ ସମର୍ଥନ କରିବା ସହ, ସତ କଥାର ଉତର ନଦେଇ ସରକାର କାହିଁକି ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି, ସେ ନେଇ ପ୍ରଶ୍ନ କରିଛନ୍ତି । ଯାଜପୁର ଦାନଗଦିରେ ବୁଦ୍ଧୀଜୀବୀ ମାନେ ଶୋଭାଯାତ୍ରା କରିଛନ୍ତି । ଗୋପରେ ବିପ୍ଳବୀ ସଂଗଠନ ପକ୍ଷରୁ ସଚିବଙ୍କ କୁଶ ପୁତଳିକା ଦାହ କରାଯାଇଛି ।
ଗଣତନ୍ତ୍ରକୁ ପାଦରେ ଦଳି ମକଚି ଏକଛତ୍ରବାଦୀ ଶାସନ ଚଳାଇଥିବା ସରକାର, ଗଣମାଧ୍ୟମ ସ୍ୱରକୁ ଚାପିବା ନିଶାରେ ମଦମତ ହୋଇପଡିଥିବାବେଳେ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ । ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
୧୯୭୫ ମସିହା ଜରୁରୀକାଳିନ ପରିସ୍ଥିତିକୁ ଆମ ମାନଙ୍କ ଭିତରୁ ହୁଏତ ଅନେକ ଦେଖିନଥିଲେ କି ଅନୁଭବ କରିନଥିଲେ । କିନ୍ତୁ ଆଜି ଓଡିଶାରେ ପ୍ରାୟୋଜିତ ଅଭିଯୋଗ ନାଁରେ ଛାୟା ସରକାର, ଇଓଡବ୍ଲ୍ୟୁକୁ ଢ଼ାଲ କରି ଯେଉଁଭଳି ଚଢ଼ାଉ କରୁଛି, ତାହା ହିଁ ଜରୁରୀକାଳୀନ ପରିସ୍ଥିତି ବୋଲି ଚର୍ଚ୍ଚା ହେଉଛି ।