ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଲା ସମ୍ବାଦ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲା ୫୦ ଲକ୍ଷ ଟଙ୍କା

193

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସମ୍ବାଦ ଗ୍ରୁପ ପକ୍ଷରୁ ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସମ୍ବାଦ ଗ୍ରୁପ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ରାଜ୍ୟରେ ଫୋନି ପାଇଁ ଅନେକ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ବାତ୍ୟା ପ୍ରଭାବିତଙ୍କୁ ସହାୟତା ଦେବା ପାଇଁ ଅନେକ ସଂସ୍ଥା ପକ୍ଷରୁ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ଦିଆଯାଉଛି ।

କେବଳ ଏତିକି ନୁହେଁ ବରଂ ‘ଫନି’ ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀରେ ‘ସମ୍ବାଦ’ ଓ ‘ନାଲକୋ’ର ମିଳିତ ସହଯୋଗରେ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ ସହର ଓ ସଦର ଅଞ୍ଚଳର ବିଭିନ୍ନ ବସ୍ତି ଓ ଗାଁରେ ରିଲିଫ୍ ବିତରଣ କରାଯାଇଛି। ବଳିଆପଣ୍ଡା ଉପର ବସ୍ତି, ଲୋକନାଥ ରୋଡ ଲେପର୍ସି କଲୋନି, ଗଦାଧର ସ୍କୁଲ ପାଖ ବସ୍ତି, ଜଗନ୍ନାଥ ବଲ୍ଲଭ ବସ୍ତି, ନୀଳଚକ୍ର ନଗର, ଚାରି ନଳା ଓ ଗଡ଼ ରୋଢ଼ଙ୍ଗରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଥିବା ରିଲିଫ ପୁଡ଼ିଆ ପ୍ରଦାନ କରାଯାଇଛି ।