ସମ୍ବାଦ ଗ୍ରୁପ ତରଫରୁ ଆୟୋଜିତ ହୋଇଛି ମାଟ୍ରିକ ଚାମ୍ପ । ଯୋଗଦେଲେ ଅନେକ ଛାତ୍ର ଛାତ୍ରୀ

145

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ହୋଇଛି ମାଟ୍ରିକ ଚାମ୍ପ । ଏହି ଅବସରରେ ଯୋଗ ଦେଇଥିବା ଅତିଥି କୃତୀ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ପାଠ ପଢ଼ିବା ସମୟରେ ପରିଶ୍ରମର ବିକଳ୍ପ ନାହିଁ । ପଢ଼ିବା ସମୟରେ ଅଧିକ ସମୟ ନପଢ଼ି ବରଂ ଉପଯୁକ୍ତ ଶୈଳୀରେ ପଢ଼ିବା ଦରକାର । ଏହାବ୍ୟତୀତ ନିଜର ବିଦ୍ୟାକୁ ଅନ୍ୟମାନଙ୍କ ସହ ବାଂଟିବା । ନିଜ ଦକ୍ଷତା ଓ ଆଗ୍ରହ ଦେଖି ବିଷୟବସ୍ତୁ ଚୟନ କରିବା । ଏହାଛଡ଼ା ମୋବାଇଲ ଏକ ବଡ଼ ବାଧକ ବନିଥାଏ । ସେଥିପାଇଁ ପାଠପଢ଼ାରେ ଏହାର ସଠିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପସ୍ଥିତି ଅତିଥି । ଚଳିତଥର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି ।