କନକ ବ୍ୟୁରୋ : ସମ୍ବାଦର ପୂର୍ବତନ କର୍ମଚାରୀ ଭୈରବ ବ୍ରହ୍ମା । ୩୩ ବର୍ଷ କାମ କରିବା ପରେ ଏବେ ଆଣିଛନ୍ତି ସମ୍ବାଦ ବିରୋଧରେ ଭିତ୍ତିହୀନ ଅଭିଯୋଗ । ଶାସକ ଦଳର ପୃଷ୍ଠପୋଷକତାରେ ଚାଲିଥିବା ଗଣମାଧ୍ୟମରେ ସେ ଅଭିଯୋଗ କରିଛନ୍ତି, ତାଙ୍କୁ ଲୋନ୍ କରିବାକୁ ଚାପ ପକାଯାଉଥିଲା । ଏପରିକି ପେଡ୍ ମିଡିଆରେ ପ୍ରଚାର କରାଯାଉଛି ଯେ ଶେଷ ଥର ପାଇଁ ଲୋନ୍ କରିବାକୁ ମନା କରିଦେବାରୁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା ।

Advertisment

କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଅଲଗା । ଏହି କିଛି ଫଟୋଗ୍ରାଫ୍ ତାହା ହିଁ ପ୍ରମାଣ କରୁଛି । ଏହି ଫଟୋ ସେତେବେଳେ ଉଠାଯାଇଛି, ଯେତେବେଳେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସହଯୋଗୀ ଓ କର୍ମକର୍ତାଙ୍କ ଗହଣରେ ବେଶ ଖୁସି ମନରେ ଭୈରବ ବ୍ରହ୍ମା ସମ୍ବର୍ଦ୍ଧିତ ହେଉଛନ୍ତି । ଫଟୋ ପୋଜ୍ ଦେଉଛନ୍ତି । ତାଙ୍କର ଖୁସି ମୁହଁରେ ଝଟକି ଉଠୁଛି । ଜଣେ କର୍ମଚାରୀ ଯିଏ ଚାପରେ ଚାକିରି ହରାଇଥିବ, ଏଭଳି ଭାବେ ସମ୍ବର୍ଦ୍ଧିତ ହେବା ନଜିର କେବେ ବି ନଥିବ । ତେଣୁ ସେ ଚାପରେ ଥିବା ଅଭିଯୋଗ ନିଶ୍ଚିତ ଭାବେ ଅମୂଳକ ଓ ଭିତ୍ତିହୀନ । ୧୯୯୦ ମସିହାରେ ସମ୍ବାଦ ପରିବାର ସହ ଯୋଡି ହୋଇଥିଲେ ଭୈରବ ବ୍ରହ୍ମା । ୩୩ ବର୍ଷ ଚାକିରି କାଳ ଭିତରେ ଗଞ୍ଜାମ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦ୍ରାପଡ଼ା, କଟକ ଆଦି ସ୍ଥାନରେ କାମ କରିଛନ୍ତି ।

ସମ୍ବାଦର କଟକ ସଂସ୍କରଣରେ କାମ କରୁଥିବା ବେଳେ ୨୦୨୩ ଏପ୍ରିଲ ୩୦ ତାରିଖରେ ଅବସର ନେଇଥିଲେ । ୩୩ ବର୍ଷ କାଳ ସମ୍ବାଦରେ ଚାକିରି କରିଥିଲେ ଭୈରବ । ଜଣେ ଚାପରେ ଥିବା ବ୍ୟକ୍ତି ଏତେ ବର୍ଷ କାଳ ନିର୍ଦ୍ଦିଷ୍ଟ ସଂସ୍ଥାରେ ଚାକିରି କରିବା ସମ୍ଭବ ନୁହେଁ, ଏହା ଯେକେହି ଅନୁଭବ କରିପାରିବେ । ଖାଇବା ଥାଳିରେ ଅଳିଆ ପକାଇବା ଯାହା, ସମ୍ବାଦ ବିରୋଧରେ ଭୈରବ ବ୍ରହ୍ମାଙ୍କ ଅଭିଯୋଗ ମଧ୍ୟ ତାହା ।

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି - 

କାହା ଚାପରେ ପଡ଼ି ମିଛ ଅଭିଯୋଗ ଆଣୁଛନ୍ତି ଭୈରବ ?
ଯେଉଁ ସଂସ୍ଥାରେ ଅବସର ପର୍ଯ୍ୟନ୍ତ କାମ କରିବାର ସୁଯୋଗ ପାଇଥିଲେ, ତାହା ବିରୋଧରେ କାହିଁକି ଆଣିଲେ ମିଛ ଅଭିଯୋଗ ?
ଅବସରର କିଛି ମାସ ପରେ ସେ ବଦଳିଗଲେ କାହିଁକି ?
ସମ୍ବାଦ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରରେ କାହିଁକି ସାମିଲ ହେଲେ ଭୈରବ ?
ଚାପ ନା’ ପ୍ରଲୋଭନ ଦେଖାଇ ପ୍ରାୟୋଜିତ ଅଭିଯୋଗରେ ତାଙ୍କୁ ସାମିଲ କରାଯାଇଛି ?