ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦେଶ-ବିଦେଶରେ ସୁନାମ ଅର୍ଜନ କରିଥିବା ଉଦ୍ୟୋଗୀଙ୍କୁ ଦିଆଯିବ ବ୍ରାଣ୍ଡସ୍ ଅଫ ଓଡିଶା ପ୍ରାଇଡ୍ ଅଫ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ

83

କନକ ବ୍ୟୁରୋ: ସମ୍ବାଦ ଗ୍ରୁପର ବ୍ରାଣ୍ଡସ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସି ଆୱାର୍ଡସ-୨୦୨୧ର ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ ।  ବିଜେତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁରସ୍କୁୃତ ଓ ସମ୍ମାନିତ କରିବେ ।  ଓଡିଶାରୁ ଜନ୍ମହୋଇ ଦେଶବିଦେଶରେ  ସୁନାମ ଅର୍ଜନ କରିଥିବା  ଉଦ୍ୟୋଗଗୁଡିକୁ  ପୁରସ୍କୃତ କରିବା ପାଇଁ  ବ୍ରାଣ୍ଡସ ଅଫ ଓଡିଶା  ପ୍ରାଇଡ ଅଫ  ଇଣ୍ଡିଆ   କର୍ପୋରେଟ ଏକ୍ସିଲେନ୍ସି ଆୱାର୍ଡସର ପରିକଳ୍ପନା  କରାଯାଇଛି ।

ଏହା ହେଉଛି ପୁରସ୍କାରର ଚତୁର୍ଥ ସଂସ୍କରଣ ।  ଏଥର ପାଂଚଟି ବର୍ଗରେ  ପୁରସ୍କାର ଦିଆଯିବ ।  ଏହା ହେଉଛି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ, ବୃହତ, ମଧ୍ୟମ, କ୍ଷୁଦ୍ର ଓ ଷ୍ଟାର୍ଟଅପ ।  ପ୍ରତିବର୍ଗରେ  ପ୍ଲାଟିନମ, ଗୋଲ୍ଡ ଓ ସିଲଭର ଭଳି  ୩ଟି ପୁରସ୍କାର ପାଇଁ ଉଦ୍ୟୋଗ ଜଗତରୁ  ଆବେଦନ ଆହ୍ୱାନ କରାଯାଇଥିଲା ।  ଆବେଦନ କରିବା ଲାଗି  କର୍ପୋରେଟ ଜଗତରେ  ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।  ଆସିଥିବା ଆବେଦନଗୁଡିକୁ ନିରପେକ୍ଷ ବିଚାରକ ମଣ୍ଡଳୀ  ଅନୁଧ୍ୟାନ କରିବା ପରେ  ବିଜେତା ଚୟନ କରାଯାଇଛି । ସେମାନଙ୍କୁ ଆଜି ପୁରସ୍କୃତ କରାଯିବ ।